ମା' ଚର୍ଚ୍ଚିକାଙ୍କ ପୀଠରେ ପାଳିତ ହେଉଛି ମହାଅଷ୍ଟମୀ ପୂଜା
·1 year ago

ଅର୍ଗସ ବ୍ୟୁରୋ: ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ଧୁମଧାମରେ ପାଳିତ ହେଉଛି ମା ଙ୍କ ମହା ଅଷ୍ଟମୀ ପୂଜା। ମାଙ୍କୁ ଦର୍ଶନ କରିବା ପାଇଁ ଓଡିଶାର କୋଣ ଅନୁକୋଣରୁ ଛୁଟୁଛି ଭକ୍ତଙ୍କ ଭିଡ଼। ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମା ଙ୍କ ପୂଜା ଅର୍ଚ୍ଚନା । ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଚର୍ଚ୍ଚିକା । ସେପଟେ ରାତିରେ ହେବ ମାଙ୍କ ମହିଷା ମର୍ଦ୍ଦିନୀ ବେଶ । ପୂଜା ଦେଖିବା ପାଇଁ ମନ୍ଦିରରେ ପ୍ରବଳ ଭିଡ ଜମିଛି। କାହିଁ କେଉଁ ଦୂର ଦୂରାନ୍ତରରୁ ଆସୁଛନ୍ତି ଭକ୍ତଗଣ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: