Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maha Shivaratri / ଆଜି ମହାଶିବରାତ୍ରି, ରାତି ୧୦ଟାରେ ଉଠିବ ମହାଦୀପ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଆଜି ମହାଶିବରାତ୍ରି, ରାତି ୧୦ଟାରେ ଉଠିବ ମହାଦୀପ
Maha Shivratri

Key Points

ଆଜି ମହାଶିବରାତ୍ରି, ପ୍ରକମ୍ପିତ ଶୈବପୀଠ
ରାଜ୍ୟର ସବୁ ପ୍ରମୁଖ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ବର ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ
ଆଜି ମହାଶିବରାତ୍ରି । ଏଥିପାଇଁ ପ୍ରକମ୍ପିତ ସମସ୍ତ ଶୈବପୀଠ । ସନାତନ ଧର୍ମରେ ୧୨ ମାସରେ ୧୩ ପର୍ବ ଜାକ ଜକମରେ ପାଳନ କରାଯାଉଥିବା ବେଳେ ମହାଶିବରାତ୍ରି ଏକମାତ୍ର ପର୍ବ ଯାହା ଆତ୍ମନିରୀକ୍ଷଣ, ଭକ୍ତି, ଧ୍ୟାନ, ଉପବାସ ଏବଂ ଆଧ୍ୟାତ୍ମିକ ଜାଗୃତି ଉପରେ କେନ୍ଦ୍ରିତ ଥାଏ । ମହାଶିବରାତ୍ରି ଅବସରରେ ରାଜ୍ୟର ସବୁ ପ୍ରମୁଖ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଭୁବନେଶ୍ବର ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ । ସୁରକ୍ଷା ପାଇଁ ୪୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଭଦ୍ରକ ଆରଡ଼ି ଧାମରୁ ନେଇ ଢେଙ୍କାନାଳ କପିଳାସ ପର୍ଯ୍ୟନ୍ତ, ସବୁଠି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଲିଙ୍ଗରାଜଙ୍କ ପୀଠରେ ମହାଶିବରାତ୍ରୀରେ ମହାଦୀପ ରାତି ୧୦ଟାରେ ଉଠିବା ପରେ ଚାରି ପ୍ରହର ପୂଜା, ହରିହର ଭେଟ, ବଡ଼ସିଂହାର ଓ ପହୁଡ ସୋମବାର ଭୋର ସାଢେ ୫ଟାରେ ସମ୍ପନ୍ନ ହେବ । ଏ ନେଇ ସ୍ବତନ୍ତ୍ର ବିଜ୍ଞପ୍ତି ମନ୍ଦିର ପ୍ରଶାସନ ଜାରି କରିଛନ୍ତି । ସେଭଳି ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ୍‌ ପକ୍ଷରୁ ସ୍ବତନ୍ତ୍ର ରୁଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି ।

ସେହପରି ଶ୍ରୀକ୍ଷେତ୍ରରେ ଲୋକନାଥ ଦେବଙ୍କ ଜାଗର ଯାତ୍ରା ସ୍ୱତନ୍ତ୍ର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ବାବା ଲୋକନାଥଙ୍କ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ପରିମାଣିକ ଟିକେଟ ଦର୍ଶନର ସୁବିଧା ରହିବ । ଜାଗର ଦିନ ରାତ୍ର ୧୨.୩୦ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର୧୦ ରୁ ରାତ୍ର ୨ ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତ୍ର ୩ ଘଟିକାରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଭକ୍ତଙ୍କ ଅହେତୁକ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ୫ ପ୍ଲାଟୁନ ଫୋର୍ସ ଓ ଜଣେ ଅତରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ବ୍ୟାରିକେଡ ଓ ଲାଇଟର ସଂଖ୍ୟା ମଧ୍ୟ ବଢାଯାଇଛି ।
ପଢନ୍ତୁ ଏହି ଖବର: ମହାଶିବରାତ୍ରିରେ ଚମକିବ ଉଠିବ ଏହି ୩ ରାଶି, ବଦଳିଯବ ଭାଗ୍ୟ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maha Shivaratri 2026: Mahadeepa at 10 PM in Bhubaneswar Lingaraj Temple | Argus News