|
logo
Live

Argus News - ଶରଧାବାଲିରେ ତିନି ରଥ, ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

Odisha

ଶରଧାବାଲିରେ ତିନି ରଥ, ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

Ritu Das
Browse all articles by Ritu Das
·1 year ago·2 min read
ଶରଧାବାଲିରେ ତିନି ରଥ, ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

ଅର୍ଗସ ବ୍ୟୁରୋ: ୫୩ ବର୍ଷ ପରେ ପଡ଼ିଥିବା ବିରଳ ସଂଯୋଗ ଯୋଗୁଁ ୨ ଦିନ ହୋଇଛି ରଥଟଣା। ତିନି ଠାକୁରଙ୍କ ରଥକୁ ଟାଣି ନେବାର ବର୍ଦ୍ଧିତ ଅବସର, ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଥିଲା। ଗତକାଲି ବଡ଼ଦାଣ୍ଡରେ ଯେମିତି ଜନସମୁଦ୍ର ସୃଷ୍ଟି ହୋଇଥିଲା, ଆଜି ବି ସେହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ରଥରେ ଥିଲେ ମହାପ୍ରଭୁ, ଆଉ ଶହ ଶହ ଭକ୍ତଙ୍କ ହାତରେ ଥିଲା ରଥଦଉଡ଼ି। ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ଘଂଟଘଂଟା ଓ ଜୟ ଜଗନ୍ନାଥ ଧ୍ବନରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର।

ଗତକାଲି ଅଧାବାଟରେ ଅଟକିଥିଲେ ତିନି ଠାକୁର। ପୁରୀ ମରିଚିକୋଟ ଛକରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଟକି ରହିଥିବା ବେଳେ ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ଅଟକିଥିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ସିଂହଦ୍ବାର ସମ୍ମୁଖରୁ ମାତ୍ର ଦୁଇ ପାଦ ଗଡ଼ି ଅଟକି ଯାଇଥିଲେ କାଳିଆ ସାଆନ୍ତେ । ଆଜି ସକାଳ ପ୍ରାୟ ୯ଟା ବେଳେ ପୁଣି ଆରମ୍ଭ ହୋଇ ଯାଇଥିଲା ରଥଟଣା। ରାତି ପାହିଲା ବେଳକୁ ଲୋକାରଣ୍ୟ ହୋଇ ସାରିଥିଲା ଶ୍ରୀକ୍ଷେତ୍ର। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିଥିଲା। ଏହା ପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣି ନେଇଥିଲେ ଶ୍ରଦ୍ଧାଳୁ। ଆଉ ଶେଷରେ ଗଡ଼ିଥିଲା କାଳିଆର ନନ୍ଦିଘୋଷ। ଯାହାକୁ ଅପେକ୍ଷା କରି ରହିଥିଲେ ଅଗଣିତ ଜଗନ୍ନାଥ ପ୍ରେମୀ। ଜନ୍ମବେଦି ଅଭିମୁଖେ ତିନି ରଥକୁ ଟାଣି ନେଇଥିଲେ ଭକ୍ତ।

ଅପରାହ୍ନ ପ୍ରାୟ ୨ଟା ୪୫ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ। ଶରଧାବାଲିରେ ରଥାରୁଢ଼ ଠାକୁରଙ୍କୁ ଦେଖି ଭକ୍ତିଭାବରେ ଗଦ୍‌ଗଦ୍ ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଏପଟେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଗରେ ‘ଗୀତ ଗୋବିନ୍ଦ’ ଗାଇଥିଲେ ସୂର୍ଯ୍ୟ ନାରାୟଣ ରଥଶର୍ମା। ଯାହା ଆଧ୍ୟାତ୍ମିକ ପରିବେଶକୁ ବହୁଗୁଣିତ କରିଥିଲା। ଆସନ୍ତାକାଲି ଜନ୍ମବେଦିକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ଆଡ଼ପ ଦର୍ଶନ, ଆଉ ବାହାରିବ ଆଡ଼ପ ଅବଢ଼ା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Sponsored
ଶରଧାବାଲିରେ ତିନି ରଥ, ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ | Argus News