Videos
|
Odisha

ଶ୍ରୀଲୋକନାଥଙ୍କ ପୀଠରେ ଭୋର ୪ଟାରେ ଉଠିଲା ମହାଦୀପ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶ୍ରୀଲୋକନାଥଙ୍କ ପୀଠରେ ଭୋର ୪ଟାରେ ଉଠିଲା ମହାଦୀପ

ଅର୍ଗସ ବ୍ୟୁରୋ: ପବିତ୍ର ମହାଶିବରାତ୍ରି ରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୪ଟାରେ ଉଠିଲା ମହାଦୀପ । ତେବେ ଶ୍ରୀଲୋକନାଥ ଦେବଙ୍କ ରୀତି, ନୀତି, ହରିହର ଭେଟ, ମହାଦୀପ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତି କାନ୍ତି ସୁରୁଖୁରୁରେ ହୋଇଛି।  ତେବେ ନୀତି ନୀର୍ଘଣ୍ଟ ଅନୁଯାୟୀ ରାତି ୧୨ଟା ରୁ ଦ୍ବାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୨ଟାରୁ  ସର୍ବସାଧାରଣ ଦର୍ଶନ,ପରେ ଅବକାଶ, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇ ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା। ତେବେ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା ।

ଆଉ ରାତି ୧୦ଟା ରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତି ୩ଟା ରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା।ପ୍ରାୟ ୩ଲକ୍ଷ ଭକ୍ତଙ୍କ ସମାଗମ ହୋଇଥବା  ବେଳେ ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mahadeep rose at 4 o'clock in the morning at the shrine of Sri Lokanath | Argus News