Videos
|
Odisha

 କାଲି ଜାଗର,  ଲିଙ୍ଗରାଜରେ ରାତି ୧୦ଟାରେ  ଉଠିବ ମହାଦୀପ

Manini Pattanayak
Browse all articles by Manini Pattanayak
·2 years ago
 କାଲି ଜାଗର,  ଲିଙ୍ଗରାଜରେ ରାତି ୧୦ଟାରେ  ଉଠିବ ମହାଦୀପ

ଭୁବନେଶ୍ୱର: ଆଉ ଦିନକ ପରେ ମୁହା ଶିବରାତ୍ରି। ଏନେଇ ଖୋର୍ଦ୍ଧା ADM ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ସେବାୟତ ମାନଙ୍କ ସହ ଦିତୀୟ ବୈଠକ ଅନୁଷ୍ଠିତ ହୋଇଛି‌‌।  ନିର୍ଦ୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ମହାଦୀପ ଉଠିବା ନେଇ ଆଲୋଚନା ହୋଇଛି।  

ଏହା ବ୍ୟତୀତ ସେବାୟତ ମାନଙ୍କର ଯେଉଁସବୁ ଛୋଟ ଛୋଟ ସମସ୍ୟା ରହିଥିଲା ତାହା ଉପରେ ମଧ୍ୟ ଆଲୋଚନା କରି ଏହାର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଖୋର୍ଦ୍ଧା ADM । ରାତି ୧୦ ଟା ସମୟରେ ମହାପ୍ରଭୁଙ୍କ ମହାଦୀପ ଉଠିବାର ନିତୀ ନିର୍ଦ୍ଧାରଣ ହୋଇଛି ଏବଂ ରାତି ୩ଟା ରୁ ୩ଟା ତିରିଶ ମିନିଟ ସମୟରେ ମଙ୍ଗଳ ଆଳତି ଅବକାଶ ଶେଷ ହେବ ବୋଲି ନିର୍ଧାରଣ ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mahadeep will rise tomorrow at 10:00 PM in Lingaraj | Argus News