Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Flood in Mahanadi River / ମହାନଦୀରେ ବନ୍ୟା ଆଶଙ୍କା, ୨୭ରେ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ମହାନଦୀରେ ବନ୍ୟା ଆଶଙ୍କା, ୨୭ରେ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ

Key Points

ମହାନଦୀରେ ବନ୍ୟା ସମ୍ଭାବନା । ବଡ଼ ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ୨୭ ତାରିଖ ସକାଳେ ମୁଣ୍ଡୁଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ ।

ମହାନଦୀରେ ବନ୍ୟା ସମ୍ଭାବନା । ଆସନ୍ତା ୨୭ ତାରିଖ ସକାଳେ ମୁଣ୍ଡୁଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ । ଫୁଲିବ ମହାନଦୀର ଶାଖା ନଦୀ । ମହାନଦୀରେ ଆସୁଥିବା ବନ୍ୟା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।


ସେ କହିଛନ୍ତି ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ୧୧ଟି ସ୍ଥାନରେ ୧୦୦ ମିମି ବର୍ଷା ହୋଇଛି । ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିମି ବର୍ଷା ହୋଇଥିବାବେଳେ ଏବେ ବି ବର୍ଷା ଜାରି ରହିଛି । ଯାହାଫଳରେ ହୀରାକୁଦ ଜଳଭଣ୍ଡାରକୁ ୩ ଲକ୍ଷ ୨୦ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି । ଏବେ ୧୬ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି । ଫଳରେ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ୬୨୯.୮୯ ଫୁଟରେ ରହିଛି ପାଣି ।


ସେହିପରି ୨୭ ତାରିଖ ସକାଳୁ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ ମୁଣ୍ଡୁଳିରେ ପ୍ରବାହିତ ହେବ । ପ୍ରଭାବରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା ରହିଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦିଆଯିବା ସହ କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛୁ । ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସେପଟେ ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ନଦୀର ଜଳସ୍ତର ବିପଦ ସଂକେତ ନିକଟରେ ପହଞ୍ଚିବ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ଆଗକୁ ଆଉ ଏକ ଲଘୁଚାପ ଅଛି । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ବୋଲି ସେ କହିଛନ୍ତି ।

Related Topics

Explore more stories

Sponsored
Mahanadi Flood Alert: 7 Lakh Cusec Water to Reach Munduli on Sept 27, Branch Rivers to Swell | Argus News