Videos
|
Odisha

Mahanadi Flood Alert / ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, ତଳିଆ ଅଞ୍ଚଳରେ ପଶିବ ପାଣି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, ତଳିଆ ଅଞ୍ଚଳରେ ପଶିବ ପାଣି
Flood

Key Points

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି
ବଡ଼ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ
ତେଲ ନଦୀ ବେସିନରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ପାଣି ବଢିବ
ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଏହି ବଡ଼ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଏବେ ହୀରାକୁଦରେ ଜଳସ୍ତର ୬୧୬ ଫୁଟ୍‌ ରହିଛି । ଏବେ ଦୁଇଟି ଗେଟ୍‌ ଦେଇ ପାଣି ଛଡ଼ା ଯାଉଥିଲେ ବି ତେଲ ନଦୀ ବେସିନ୍‌ ସହ ବଲାଙ୍ଗୀର, ଖଇରମାଳରେ ଅଧିକ ବର୍ଷା ଯୋଗୁଁ କାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ ରୁ ୯ ଲକ୍ଷ କ୍ୟୁସେକ ପାଣି ଆସିବ । ଫଳରେ ଦୟା ନଦୀ ଓ ମହାନଦୀର ତଳ ଅଂଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ । ନିମାପଡ଼ା, କଣାସ, ଗୋପ, ଅସ୍ତରଙ୍ଗ ଅଂଚଳରେ ବନ୍ୟା ପାଣି ପଶିବ ।

ଅଧିକ ପଢ଼ନ୍ତୁ: ପ୍ରବଳ ବର୍ଷା ପାଇଁ ଆଜି ସ୍କୁଲ ଛୁଟି, ଏହି ସବୁ ଜିଲ୍ଲାରେ ବନ୍ଦ ରହିବ ପାଠପଢ଼ା


ସେପଟେ ବୈତରଣୀରେ ବନ୍ୟା ସ୍ଥିତି ରହିଛି । ଯାଜପୁର ଦଶରଥପୁର, ଧାମନଗର, ଚାନ୍ଦବାଲିରେ ବନ୍ୟା ପାଣି ପଶିଛି । ସାଳନ୍ଦୀରେ ଇନ ଫ୍ଲୋ କମିଛି । ଭଦ୍ରକରେ ସ୍ଥିତି ଆସନ୍ତାକାଲି ସୁଦ୍ଧା ସୁଧୁରିବ । ଆନନ୍ଦପୁରରେ ଏକ ଛୋଟ ଘାଇ ହୋଇଛି । ପାଣି କମିଲେ ମରାମତି ହେବ ବୋଲି ଜଳ ସଂପଦ ବିଭାଗ ସୂଚନା ଦେଇଛି । ଯାଜପୁରରେ ଏକ ଛୋଟ ଘାଇ ହୋଇଥିଲା । ପାଣି କମିଲେ ମରାମତି ହେବ ବୋଲି ଜଳ ସଂପଦ ବିଭାଗ ପକ୍ଷରୁ କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: