Videos
|
Odisha

Mahanadi riverfront project / ମହାନଦୀ ପାଇଁ ବଡ଼ ପ୍ଲାନ୍, ଖର୍ଚ୍ଚ ହେବ ୧୬୦ କୋଟି; ଉପକୃତ ହେବ ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ମହାନଦୀ ପାଇଁ ବଡ଼ ପ୍ଲାନ୍, ଖର୍ଚ୍ଚ ହେବ ୧୬୦ କୋଟି; ଉପକୃତ ହେବ ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା
Mohanadi

Key Points

ଡବଲ ଇଞ୍ଜିନ ସରକାରରେ ଡବଲ ବିକାଶ | ଆରମ୍ଭ ହେବ ମହାନଦୀ ତଟ ବିକାଶ ଯୋଜନା | ମୋହନ ସରକାରଙ୍କ ବଡ଼ ପଦକ୍ଷେପ | ମହାନଦୀ ପାଇଁ ବଡ଼ ପ୍ଲାନ୍, ଖର୍ଚ୍ଚ ହେବ 160 କୋଟି

ଭୁବନେଶ୍ଵର: ଡବଲ ଇଞ୍ଜିନ ସରକାରରେ ମହାନଦୀର ଏହି ପ୍ଲାନରେ ଉପକୃତ ହେବ ଅଧା ଓଡ଼ିଶା । ମୋହନ ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ମହାନଦୀ... କୃଷି, ଜଳବିଦ୍ୟୁତ, ଜଳ ଯୋଗାଣ, ପରିବେଶ ତଥା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହତ୍ଵ ପାଇଁ ଓଡ଼ିଶାର ଜୀବନ ରେଖା ।

ଏହା ସମ୍ବଲପୁର, ବରଗଡ଼, ସୋନପୁର,ବୌଦ୍ଧ, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଦେଇ ପ୍ରବାହିତ । ନଦୀର ତଟବର୍ତ୍ତୀ ଅଞ୍ଚଳକୁ ଜୀବନ୍ତ, ସୁଗମ ଏବଂ ଜନୋପଯୋଗୀ ସ୍ଥାନରେ ପରିଣତ କରିବା ଲକ୍ଷ୍ୟରେ ନଦୀତଟ ବିକାଶ ଯୋଜନା ପ୍ରଣୟନ କରାଯାଇଛି ।


ଏଥିସହ ପଢ଼ନ୍ତୁ: ଜଳସଂକଟର ମୁକାବିଲା ପାଇଁ ବଡ଼ ପଦକ୍ଷେପ, ନିର୍ମାଣ ହେବ ୪୪ଟି ବ୍ୟାରେଜ


ଏହି ଘୋଷଣା ପୂର୍ବରୁ ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ କାର୍ଯ୍ୟକ୍ରମରେ କହିଥିଲେ, 'ଗୋଟିଏ ରିଭର ଫ୍ରଣ୍ଟ ଯୋଜନା, ଅଯୋଧ୍ୟା ସାଗରର ଯେଉଁ ବନ୍ଧ ଅଛି ତା'କୁ ଟିକିଏ ବଢ଼େଇକି ବ୍ରିଜ୍ ପାଖରେ ଗୋଟିଏ ଆନିକଟ୍ କରି ହୀରାକୁଦ ଡ୍ୟାମ୍ ତଳୁ ବ୍ରିଜ୍ ପର୍ଯ୍ୟନ୍ତ ପାଣି ରହୁ । ଏହା ହେଲେ ସମ୍ବଲପୁର ଅଞ୍ଚଳର ଶ୍ରୀ ବୃଦ୍ଧି ହେବ ।'

ଏବେ କେନ୍ଦ୍ରମନ୍ତ୍ରୀଙ୍କ ପରିକଳ୍ପନା ନେବାକୁ ଯାଉଛି ବାସ୍ତବ ରୂପ । ଏହା ଦ୍ଵାରା ନଦୀଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ସହିତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରାଯାଇପାରିବ । ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ସ୍ଥଳୀ ରୁପେ ପ୍ରୋତ୍ସାହିତ କରାଯାଇପାରିବ ।

ଏହି ଲକ୍ଷ୍ୟରେ ରାଜ୍ୟ ସରକାର ମହାନଦୀ ନଦୀତଟ ବିକାଶ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୪୦ କୋଟି ଟଙ୍କାର ଆନୁମାନିକ ମୂଲ୍ୟରେ ୩ ବର୍ଷରେ ଏହା କାର୍ଯ୍ୟକାରୀ କରାଯିବ ।

କ'ଣ ରହିଛି ଏହି ଯୋଜନାର ଉଦ୍ଦେଶ୍ୟ ?
-ନଦୀ କୂଳରେ ସହର ପାଇଁ ସାମାଜିକ ସାଂସ୍କୃତିକ ସୁବିଧା ଯୋଗାଇବା
-ସହରକୁ ସୁରକ୍ଷା ଦେବା ପାଇଁ ନଦୀତଟ କ୍ଷୟ ତଥା ନଦୀର ସରଞ୍ଚନାର ନିୟନ୍ତ୍ରଣ
-ଆବର୍ଜନା ନିଷ୍କାସନ ପଥ ପରିବର୍ତ୍ତନ କରି ନଦୀ ଜଳ ସଫା ରଖିବା
-ଜଳ ସଂରକ୍ଷଣ ଦ୍ଵାରା ଜଳାଭାବ ସମୟରେ ନିକଟସ୍ଥ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ
-ସମ୍ଭଳର ସ୍ଥାୟୀ ବିକାଶ ସହିତ ପାରିପାର୍ଶ୍ଵିକ କ୍ଷେତ୍ରକୁ ପୁନର୍ଜୀବିତ କରିବା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭୁବନେଶ୍ଵର ପାଣ୍ଡରା ନିକଟ କୁଆଖାଇ ଏବଂ କୁଶଭଦ୍ରା ନଦୀରେ ନଦୀତଟର ବିକାଶ ପାଇଁ ଖର୍ଚ୍ଚ ହେବ 80 କୋଟି ଟଙ୍କା । ସର୍ବେକ୍ଷଣ ଅନୁସନ୍ଧାନ ଏବଂ ପରାମର୍ଶ, ସୁରକ୍ଷା କାର୍ଯ୍ୟ ସହିତ ନଦୀ କୂଳ ଘାଟ, ଦୃଶ୍ୟ ପଏଣ୍ଟ ବିକାଶ ସହିତ ରିଂ ରୋଡ୍, ଭାସମାନ ଜେଟି, ଏକ ଲକ ଗେଟ ଏବଂ ଦୁଇଟି ସେତୁ ନିର୍ମାଣ, ପାର୍କିଂ, ଶୌଚାଳୟ, କାଫେଟେରିଆ, ନଦୀ ପଥ ସହିତ ଆଭ୍ୟନ୍ତରୀଣ ପାଦଚଲା ରାସ୍ତା କରାଯି । ୨୦୨୫-୨୬ ମସିହାରୁ ଆରମ୍ଭ ହୋଇ ୨୦୨୭-୨୮ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ।

Odisha Govt Launches ₹240 Cr Mahanadi Riverfront Plan BJP | Argus News | Argus News Odia