Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mahanadi Tribunal Extension / ବଢିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି, ଆସନ୍ତା ୨୦ରେ ହେବ ପରବର୍ତ୍ତୀ ଶୁଣାଣି

Bikash Mohanty
Browse all articles by Bikash Mohanty
·3 months ago·2 min read
ବଢିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି, ଆସନ୍ତା ୨୦ରେ ହେବ ପରବର୍ତ୍ତୀ ଶୁଣାଣି
Mahanadi

Key Points

ବଢିଲା ଟ୍ରିବ୍ୟୁନାଲର ଅବଧି
୨୦୨୭ ପର୍ଯ୍ୟନ୍ତ ବଢ଼ାଇଲେ କେନ୍ଦ୍ର ସରକାର
ସ୍ବାଗତ ଜଣାଇଲେ ଆଇନ ମନ୍ତ୍ରୀ ଓ ଆଡଭୋକେଟ ଜେନାରାଲ




ଭୁବନେଶ୍ବର,୧୧/୦୪: ବଢିଲା ଟ୍ରିବ୍ୟୁନାଲର ଅବଧି। ମହାନଦୀ ଟ୍ରିବ୍ୟୁନାଲର ଅବଧି ୧୩ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଆସନ୍ତା ୨୦ରେ ହେବ ପରବର୍ତ୍ତୀ ଶୁଣାଣି। ଏହାକୁ ସ୍ବାଗତ ଜଣାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ବେଶ ଆଗ୍ରହୀ ବୋଲି କହିଛନ୍ତି ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ।

ମହାନଦୀ ଟ୍ରିବ୍ୟୁନାଲଙ୍କ ଅବଧି ବୃଦ୍ଧି ପାଇଁ  ରାଜ୍ୟ ସରକାର ଅନୁରୋଧ କରିଥିଲେ। ଏହାକୁ ଆସନ୍ତା ଜାନୁୟାରୀ ଯାଏଁ ବୃଦ୍ଧି କରାଯାଇଛି ଯାହା ସ୍ବାଗତ ଯୋଗ୍ୟ। ଜଳବିବାଦ ନେଇ ପୂର୍ବରୁ ଆଇନଗତ ଦିଗକୁ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଟ୍ରିବ୍ୟୁନାଲ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରୁଛନ୍ତି। ଯେହେତୁ ସେଥିପାଇଁ ଆଉ କିଛି ସମୟ ଆବଶ୍ୟକତା ଥିଲା ତାହା ମଧ୍ୟ ମିଳିଛି। ପୂର୍ଣ୍ଣ ବିଶ୍ବାସ ଅଛି ମହାନଦୀ ଜଳ ବିବାଦ ନେଇ ଯେଉଁ ସମସ୍ୟା ଥିଲା ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ମହାନଦୀ ଜଳ ବିବାଦକୁ ନେଇ ଆସନ୍ତା ୨୦ରେ ହେବ ପରବର୍ତ୍ତୀ ଶୁଣାଣି। ସୂଚନା ଦେଲେ ଆଡ୍‌ଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ।।'ମହାନଦୀ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ଅଗ୍ରଗତି ଘଟିଛି'। ଦୁଇ ରାଜ୍ୟର ବୈଷୟିକ ଟିମ୍ ପାଖାପାଖି ୧୩ଟି ବୈଠକ କରି ସାରିଛନ୍ତି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। ମୁଖ୍ୟ ସଚିବ ଓ ସଚିବସ୍ତରୀୟ ମିଟିଂରେ ଅନେକ ବିବାଦୀୟ ପ୍ରସଙ୍ଗରେ ସହମତି ହୋଇଛି। 'ଆପୋଷ ମିଳାମିଶା ପାଇଁ ହୋଇଥିବା ଆଲୋଚନାରେ ଟ୍ରିବ୍ୟୁନାଲ ସନ୍ତୁଷ୍ଟ'।'କେନ୍ଦ୍ର ମଧ୍ୟସ୍ଥତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ମହାନଦୀ ପ୍ରସଙ୍ଗରେ ଯଥେଷ୍ଟ ପ୍ରଗତି ହୋଇଛି, ଖୁବଶୀଘ୍ର ସମାଧାନ ହେବ। ମହାନଦୀ ମାମଲାର ଆପୋଷ ସମାଧାନ ପାଇଁ ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବାକୁ ଜୋର୍ ଦେଇଛନ୍ତି ବୋଲି କହିଛନ୍ତି ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ।
ପଢନ୍ତୁ ଏହି ଖବର: ସରକାରଙ୍କ ନୂଆ ପଲିସି, ଏଣିକି ଲୋକଙ୍କ ହାତରେ ରହିବ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ
ଗତ ଫେବୃଆରୀ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ମହାନଦୀ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ଟ୍ରିବ୍ୟୁନାଲର ସଦସ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟମାନେ ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଗସ୍ତ କରିଥିଲେ। ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚି ପାରୁନଥିବାରୁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁଯାୟୀ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା।

ମହାନଦୀ ଜଳ ବିବାଦକୁ ନେଇ ବର୍ଷ ବର୍ଷ ହୋଇଛି ଆଲୋଚନା ହେଲେ ଏଯାଏଁ ସମାଧାନର ବାଟ ବାହାରିନି। 2016ରେ ସେତେବେଳର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଡକାଇଥିଲେ। ହେଲେ ବୈଠକ ଅଧାରୁ ଉଠି ଚାଲିଆସିଥିଲେ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ ସଂସଦରେ କେନ୍ଦ୍ରମନ୍ତ୍ରୀ ନିତୀନ ଗ଼ଡକରି ଓଡ଼ିଶାକୁ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ। ହେଲେ ତାକୁ ଗ୍ରହଣ ନ କରି ଟ୍ରିବ୍ୟୁନାଲ ପାଇଁ ଜିଦି ଧରିଲେ ବିଜେଡି ସରକାର।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahanadi Tribunal Extended Until January 2027 by Central Government | Argus News