Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cabinet Meeting / ସରକାରଙ୍କ ନୂଆ ପଲିସି, ଏଣିକି ଲୋକଙ୍କ ହାତରେ ରହିବ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ସରକାରଙ୍କ ନୂଆ ପଲିସି, ଏଣିକି ଲୋକଙ୍କ ହାତରେ ରହିବ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ
Cabinet Meeting

Key Points

୧୧ଟି ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର
ଜନସାଧାରଣଙ୍କ ହାତରେ ରହିବ ପାନୀୟ ଜଳ ଯୋଗାଣର ମାଲିକାନା
ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ ନୂଆ ନୀତି ଆଣିଲେ ରାଜ୍ୟ ସରକାର
ଏଣିକି ଆପଣଙ୍କ ଗାଁର ପାନୀୟ ଜଳ ପ୍ରକଳ୍ପର ମାଲିକ ହେବେ ଆପଣ ନିଜେ । ବିଶୁଦ୍ଧ ପାନୀୟ ଜଳର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆଣିଛନ୍ତି 'ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନୀତି-୨୦୨୬' । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଜି ମୋଟ୍ ୧୧ଟି ପ୍ରସ୍ତାବକୁ ମୋହର ମିଳିଛି । କାର୍ଯ୍ୟରେ ଅବହେଳା କରୁଥିବା ଠିକାଦାରଙ୍କ ବିରୋଧରେ ସରକାର ଧରିଛନ୍ତି କଠୋର ଆଭିମୁଖ୍ୟ । ଜଳ ପ୍ରକଳ୍ପରେ ବିଳମ୍ବ ଯୋଗୁଁ ୧୧୨୦ କୋଟି ଟଙ୍କାର ଜରିମାନା ସହ FIR ମଧ୍ୟ ରୁଜୁ କରାଯାଇଛି । ଏହା ସହ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ୩୪୦୦ କୋଟି ଟଙ୍କାର 'ଅଟଳ ବସ୍ ଷ୍ଟାଣ୍ଡ' ଯୋଜନାକୁ ମଧ୍ୟ ମିଳିଛି କ୍ୟାବିନେଟ୍ ଅନୁମୋଦନ ।

୧୧ଟି ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଯେଉଁଥିରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନୀତି ୨୦୨୬କୁ ମିଳିଛି ଅନୁମୋଦନ । ନୂଆ ନୀତିରେ କୁହାଯାଇଛି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୭ଟି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୮୨ଟି ଜଳ ବିଶୋଧନାଗାର ପ୍ରକଳ୍ପ ଶେଷ ହୋଇଛି ।

ସେହିପରି ୩,୦୪୬ଟି ଏକକ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ, ୨,୭୦୨ଟି ସୌର ଶକ୍ତି ଆଧାରିତ ଜଳ ଯୋଗାଣ ପ୍ରକଳ୍ପ ସମାପ୍ତ କରାଯାଇଛି । ଅତିରିକ୍ତ ଜଳ ଯୋଗାଣ ବ୍ୟବସ୍ଥା ବାବଦରେ ବର୍ତ୍ତମାନ ସରକାରଙ୍କ ଦ୍ବାରା ୨୮,୭୪୧ଟି ନଳକୂପ ମଧ୍ୟ ସ୍ଥାପନ କରାଯାଇଛି ବୋଲି କୁହାଯାଇଛି । ତେଣୁ ଏହି ବ୍ୟବସ୍ଥାଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ, ଦକ୍ଷ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ଓ ସୁରକ୍ଷିତ ରଖିବା ପାଇଁ ନୂଆ ନୀତିରେ ବ୍ୟବସ୍ଥା କରାଯାଇଛି ।

ସେପଟେ ୩୪୦୦ କୋଟିର ଅଟଳ ବସ୍‌ ଷ୍ଟାଣ୍ଡ ଯୋଜନାକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ସରକାରଙ୍କ ଦ୍ବାରା ଆର୍ଥିକ ବର୍ଷ ୨୦୩୧-୩୨ ପର୍ଯ୍ୟନ୍ତ ୩୪୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ ।

ସେହିପରି ରାଜ୍ୟର ୩୧୮ଟି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରାଯିବ । କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ MVA ସବ୍‌ଷ୍ଟେସନ ନିର୍ମାଣ ହେବ । ଓଡ଼ିଶା ଶ୍ରମ ସେବା ନିୟମାବଳୀରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Rural Water Policy 2026: People to Manage Water Projects | Argus News