ମହାନଦୀ ଜଳ ବିବାଦ ମାମଲା: ଆପୋଷ ବୁଝାମଣା ପାଇଁ ଫିଟୁଛି ବାଟ, ସମାଧାନ ପାଇଁ ଦୁଇ ରାଜ୍ୟ ଆଗ୍ରହୀ

Key Points
ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ ମାମଲା। ଓଡ଼ିଶାର ପକ୍ଷ ରଖିଲେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ। ଆପୋଷ ବୁଝାମଣା ପାଇଁ ବାଟ ଫିଟୁଛି ।
ମହାନଦୀ ଟ୍ରିବ୍ୟୁନାଲ୍ରେ ମହାନଦୀ ଜଳ ବିବାଦ ମାମଲା । ଓଡ଼ିଶାର ପକ୍ଷ ରଖିଲେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ବୁଝାମଣା ଚାଲିଥିବା ଟ୍ରିବ୍ୟୁନାଲକୁ ଅବଗତ କରିଛନ୍ତି । ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍ କହିଛନ୍ତି ।
ଆସନ୍ତାକାଲି ଦୁଇ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୧ରେ ହେବ । ଓଡ଼ିଶାର ବର୍ତ୍ତମାନର ପଦକ୍ଷେପକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଥିବା କହିଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।
ଗତ ୭ ବର୍ଷ ଧରି ମହାନଦୀ ଜଳ ବିବାଦକୁ ଟ୍ରିବ୍ୟୁନାଲରେ ଦିଶାହୀନ ଭାବେ ଲଢ଼ା ଯାଉଥିଲା। ସେଥିରୁ କୌଣସି ସୁଫଳ ମିଳି ନଥିଲା । ଆଜି ଟ୍ରିବ୍ୟୁନାଲର ହସ୍ତକ୍ଷେପ, ଦୁଇ ରାଜ୍ୟର ସହଯୋଗ ଏବଂ ସକାରାତ୍ମକ ମନୋବୃତ୍ତି ଯୋଗୁଁ ଏହି ଦୀର୍ଘ ଦିନର ବିବାଦରେ ସମାଧାନର ବାଟ ଫିଟିବ । ପ୍ରତି ସପ୍ତାହରେ ବର୍ତ୍ତମାନ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ବୈଠକ କରିବେ ବୋଲି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।