Videos
|
Odisha

Mahanadi Rainfall Update / ମହାନଦୀର ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ନାହିଁ

Bikash Mohanty
Browse all articles by Bikash Mohanty
·2 months ago·2 min read
ମହାନଦୀର ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ନାହିଁ
EIC On Flood

Key Points

ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଛି।
ମହାନଦୀର ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ନାହିଁ
ଘାଇ ବନ୍ଦ କରିବା ଆମର ପ୍ରାଥମିକତା।
ଗତକାଲି ଠାରୁ ବ୍ରାହ୍ମଣୀ, ବୈତରଣୀରେ ମରାମତି ଆରମ୍ଭ ହୋଇଛି
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା
ଭୁବନେଶ୍ବର୦୩/୦୮:ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଛି। ମହାନଦୀର ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ନାହିଁ। ଆଜି ହୀରାକୁଦ ଜଳସ୍ତର ୬୨୦.୭୭ ଫୁଟ ରହିଛି। ଆସନ୍ତା କାଲି ସୁଦ୍ଧା ୬୧୮ ଫୁଟ୍ ଓ ବୁଧବାର ସୁଦ୍ଧା ୬୧୫ ଫୁଟ ଜଳସ୍ତର ରଖାଯିବ। ୩ ଲକ୍ଷ ୩ ହଜାର କ୍ୟୁସେକ୍ ଜଳ ଛଡ଼ା ଯାଉଚି। ମୁଣ୍ଡଳି ରେ ୫ ଲକ୍ଷ ୮୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛିଏହା ଆହୁରି ଖସିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି।  ଘାଇ ବନ୍ଦ କରିବା ଆମର ପ୍ରାଥମିକତା। ଗତକାଲି ଠାରୁ ବ୍ରାହ୍ମଣୀ, ବୈତରଣୀରେ ମରାମତି ଆରମ୍ଭ ହୋଇଯାଇଛି । ଆଜି ମଧ୍ୟ ଅନ୍ୟ ସ୍ଥାନରେ ବି ମରାମତି କାମ ଚାଲିଛି।

ଆସନ୍ତା ୫ ତାରିଖ ପରେ ବର୍ଷା ଅଛି ବୋଲି କିଛି ଆନ୍ତର୍ଜାତୀୟ ମଡେଲ କହୁଛି। ବର୍ଷା ହେଲେ ଆମେ ପଦକ୍ଷେପ ନେବୁ। କିନ୍ତୁ IMD ଏଯାଏ କୌଣସି ପୁର୍ବାନୁମାନ କରିନାହିଁ।
ଏଲିନୋ ପାଇଁ ଆମକୁ ସତର୍କ ରହିବାକୁ ପଡିବ। ଯଦିଓ କମ ବର୍ଷା ଆକଳନ କରାଯାଇଥିଲା କିନ୍ତୁ ଅଧିକ ବର୍ଷା ହେଲା। ଜୁନ୍ ରେ କମ୍ ବର୍ଷା ହେଲା କିନ୍ତୁ ଜୁଲାଇ ରେ 38 ପ୍ରତିଶତ ଅଧିକ ବର୍ଷା ହେଲା ଜଳବାୟୁ ପରିବର୍ତ୍ତନ ର ଏହା ପ୍ରତିଫଳନ କୁହାଯାଇ ପାରେ। ଅଗଷ୍ଟ ଆମ ପାଇଁ ବଡ ଚାଲେଞ୍ଜ। କିନ୍ତୁ ଯାହା ଆଶା ଆଉ ବନ୍ୟା ର ନହୋଇ ନହୋଇ ପାରେ।

ସେପଟେ ଆଜିଠୁ ବନ୍ୟା କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ବନ୍ୟାରେ ରାଜ୍ୟର ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍‌ରେ କହିଛନ୍ତି।

ପଢନ୍ତୁ ଏହି ଖବର: ଆଜିଠୁ ବନ୍ୟା କ୍ଷୟକ୍ଷତି ଆକଳନ,ରିପୋର୍ଟ ଆଧାରରେ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଆଜିଠୁ କ୍ଷୟ କ୍ଷତି ଆକଳନ ଆରମ୍ଭ ହୋଇଛି । ରାଜସ୍ଵ ଏବଂ କୃଷି ବିଭାଗର ଅଧିକାରୀ ମାନେ କ୍ଷତି ଆକଳନ କରୁଛନ୍ତି । ପ୍ରାଥମିକ ଆନୁମାନିକ ଆକଳନ ଅନୁସାରେ, ୪୨ କୋଟି ୮୦ ଲକ୍ଷର କ୍ଷୟକ୍ଷତି ହୋଇଛି ।"

ଜିଲ୍ଲାପାଳମାନଙ୍କୁ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦ କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ। କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ଥକୁ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ଏକାସଙ୍ଗରେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସରେଶ ପୂଜାରୀ ।

ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର ୧୨ କୋଟି ୮୮ ଲକ୍ଷ ପ୍ରଦାନ କରିବେ । ରିଲିଫ ସେଣ୍ଟର ପରିଚାଳନା ପାଇଁ ୨୬ କୋଟି ଟଙ୍କା ସରକାର ପ୍ରଦାନ କରିଛନ୍ତି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ।
Mahanadi Rainfall Update: No Rain in Upper or Lower Catchment? | Argus News Odia