Videos
|
Odisha

Mahanadi Water Dispute / ‘ଟ୍ରିପଲ୍ ଇଞ୍ଜିନ୍’ ସରକାରରେ ଫିଟିବ ମହାନଦୀ ସମସ୍ୟାର ବାଟ, ଆପୋଷ ବୁଝାମଣାର ସଂକେତ ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
‘ଟ୍ରିପଲ୍ ଇଞ୍ଜିନ୍’ ସରକାରରେ ଫିଟିବ ମହାନଦୀ ସମସ୍ୟାର ବାଟ, ଆପୋଷ ବୁଝାମଣାର ସଂକେତ ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Mahanadi Water Dispute

Key Points

ଖୁବଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ
ଆପୋଷ ବୁଝାମଣାର ସଂକେତ ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
‘ଟ୍ରିପଲ୍ ଇଞ୍ଜିନ୍’ ସରକାରରେ ଫିଟିବ ମହାନଦୀ ସମସ୍ୟାର ବାଟ
ଓଡ଼ିଶାର ଜୀବନରେଖା ମହାନଦୀ ଜଳ ବିବାଦକୁ ନେଇ ଆଶ୍ୱସ୍ତିକର ଖବର । ଖୁବଶୀଘ୍ର ଆପୋଷ ବୁଝାମଣା ଜରିଆରେ ଏହି ଦୀର୍ଘଦିନିଆ ବିବାଦର ସମାଧାନ ହେବ ବୋଲି ସଙ୍କେତ ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ସେ ସ୍ପଷ୍ଟ କରିଛନ୍ତି ଯେ, ମହାନଦୀ ସମସ୍ୟା ଆଉ ବିବାଦ ହୋଇ ରହି ନାହିଁ ଏବଂ ଦିଲ୍ଲୀରେ CWCର ନିଷ୍ପତ୍ତିକୁ ମାନିବାକୁ ଉଭୟ ରାଜ୍ୟ ରାଜି ଅଛନ୍ତି ।

ଅନ୍ୟପଟେ, ପୂର୍ବରୁ ବିଜେଡି ସରକାର ସମୟରେ ଆପୋଷ ଆଲୋଚନାକୁ ଏଡ଼ାଇ ଦିଆଯାଇଥିବା ଅଭିଯୋଗ ଆଣି ଶାସକ ଦଳ ବିରୋଧୀଙ୍କୁ ଟାର୍ଗେଟ୍ କରିଥିବାବେଳେ, ଏହାକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଆଗାମୀ ସେପ୍ଟେମ୍ବର ୨୮ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଥିବାବେଳେ, ଟ୍ରିପଲ୍ ଇଞ୍ଜିନ ସରକାରରେ ଏହାର ସ୍ଥାୟୀ ସମାଧାନ ହେବ ବୋଲି ଆଶା କରାଯାଉଛି ।

ଟ୍ରିପଲ୍ ଇଂଜିନ ସରକାରରେ ମହାନଦୀ ବିବାଦର ସମାଧାନ । ଆଗରୁ ମୋହନ କହୁଥିଲେ.. ଆଜି ବିଷ୍ଣୁ କହିଲେ...ଆପୋଷ ବୁଝାମଣାରେ ବାହାରିବ ମହାନଦୀ ଜଳ ବିବାଦ ସମାଧାନର ବାଟ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏଭଳି କିଛି ବୟାନ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ମହାନଦୀ ଜଳ ସମସ୍ୟା ଆଉ ବିବାଦ ହୋଇ ରହି ନ ଥିବା ବେଳେ ଦିଲ୍ଲୀରେ CWCର ନିଷ୍ପତି ମାନିବାକୁ ଉଭୟ ରାଜ୍ୟ ରାଜି ହୋଇଥିବା କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ଲାଇଫ୍‌ଲାଇନ ମହାନଦୀକୁ ନେଇ ଦୀର୍ଘ ବର୍ଷରୁ ଚାଲିଛି ଆଇନ ଗତ ଲଢେଇ । ୨୦୧୬ରେ ଛତିଶଗଡ଼ର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ନେଇ ଉଠିଥିଲା ବିବାଦ । ହେଲେ କେନ୍ଦ୍ର ସରକାର ବାରମ୍ବାର ଆପୋଷ ଆଲୋଚନା ପାଇଁ କହିଥିଲେ ବି ନବୀନ ସରକାର ଶୁଣିଲେନି । ଓଲଟା ମହାନଦୀକୁ ନେଇ ରାଜନୀତି କଲେ । ବିଜେଡି ସରକାରଙ୍କ ଜିଦ୍ ଯୋଗୁଁ ୨୦୧୮ରେ ଗଠନ ହେଲା ମହାନଦୀ ୱାଟର୍ ଡିସ୍ପ୍ୟୁଟ୍ସ ଟ୍ରିବ୍ୟୁନାଲ । ଏହାରି ଭିତରେ ଉଭୟ ରାଜ୍ୟର ସରକାର ବଦଳି ଟ୍ରିପୁଲ ଇଂଜିନ ସରକାର ଆସିଛି । ଓଡ଼ିଶା ସରକାର ଆପୋଷ ବୁଝାମଣାରେ ସମାଧାନ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ସେପ୍ଟେମ୍ବର ୨୮ ରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଟ୍ରିବ୍ୟୁନାଲ ଶୁଣାଣି ହେବ । ସେପଟେ ଉଭୟ ରାଜ୍ୟ ମୁଖିଆଙ୍କ ଆଲୋଚନାକୁ ନେଇ ବିରୋଧୀ ସରକାରକୁ ଘେରିଥିବା ବେଳେ ବିଜେପି ରଖିଛି କଡା ଜବାବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ ଜୁଲାଇ ୩୦ରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା । କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ରାଜ୍ୟ ଆଲୋଚନା, ବୈଷୟିକ ସହଯୋଗ ଓ ସମନ୍ୱୟ ମାଧ୍ୟମରେ ସମାଧାନ ଦିଗରେ ଆଗକୁ ବଢ଼ିବା ନେଇ ଇଚ୍ଛା ପ୍ରକାଶ କରିଥିଲେ । ଆଗକୁ କେବେ ମାମଲା ର ଅନ୍ତ ଘଟୁଛି ତାହା ଉପରେ ନଜର ।