Flood Alert / ଉଛୁଳିବ ମହାନଦୀ, ଜଳାର୍ଣ୍ଣବ ହେବ ତଳିଆ ଅଞ୍ଚଳ…ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ ହାଇଆଲର୍ଟ
·1 hour ago·2 min read

Key Points
୨୪ ଘଣ୍ଟାରୁ ଅଧିକ ସମୟ ଧରି ମହାନଦୀର ବନ୍ୟା ପାଣିରେ ଉବୁଟୁବୁ ହେବେ ଏହି ପାଞ୍ଚ ଜିଲ୍ଲାର ତଳିଆ ଅଞ୍ଚଳ ବାସିନ୍ଦା
ହୀରାକୁଦରେ ଏବେ ୨ଟି ଗେଟ୍ ଖୋଲା ଅଛି...
ଆବଶ୍ୟକ ପଡ଼ିଲେ ୧୦ରୁ ୧୨ ଗେଟ୍ ଖୋଲାଯାଇପାରେ
ହୀରାକୁଦରେ ଏବେ ୨ଟି ଗେଟ୍ ଖୋଲା ଅଛି...
ଆବଶ୍ୟକ ପଡ଼ିଲେ ୧୦ରୁ ୧୨ ଗେଟ୍ ଖୋଲାଯାଇପାରେ
ଚାରିଆଡେ ବନ୍ୟା ବିଭୀଷିକା। ତଳିଆ ଅଞ୍ଚଳରେ ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେଳେ ପାଣି ମାଡ଼ି ଆସିବ ତାହାକୁ ନେଇ ଖିଆପିଆ ବନ୍ଦ ହୋଇଗଲାଣି। ମୁଣ୍ଡଳୀରେ ମହାନଦୀ ପାଣି ସାଢେ ୯ ଲକ୍ଷ କ୍ୟୁସେକ୍ ଟପିବା ନେଇ ଆଳନ କରିଛି ଜଳସଂପଦ ବିଭାଗ । ଆକଳନ ଅନୁଯାୟୀ ମହାନଦୀରେ ଆସୁଥିବା ଏହି ବନ୍ୟା ଚଳିତ ସିଜିନର ବଡ଼ ବନ୍ୟା । ୨୪ ଘଣ୍ଟାରୁ ଅଧିକ ସମୟ ଧରି ମହାନଦୀର ବନ୍ୟା ପାଣିରେ ଉବୁଟୁବୁ ହେବେ ଏହି ପାଞ୍ଚ ଜିଲ୍ଲାର ତଳିଆ ଅଞ୍ଚଳ ବାସିନ୍ଦା । ହୀରାକୁଦରେ ଏବେ ୨ଟି ଗେଟ୍ ଖୋଲା ଅଛି । ଆବଶ୍ୟକ ପଡ଼ିଲେ ୧୦ରୁ ୧୨ ଗେଟ୍ ଖୋଲାଯାଇପାରେ ବୋଲି ଜଳସଂପଦ ବିଭାଗର ସୂଚନା ପରେ ଚିନ୍ତା ଆହୁରି ବଢ଼ିଛି।
ଏହାସହ ପଢ଼ନ୍ତୁ: ଭୀମକୁଣ୍ଡରେ ବୈତରଣୀର କରାଳ ରୂପ, ୱାଚ୍ ଟାୱାର ନିକଟକୁ ପହଞ୍ଚିଲା ବନ୍ୟାଜଳ...ସ୍ଥାନୀୟ ଲୋକେ ଆତଙ୍କିତ
ମହାନଦୀରେ ବନ୍ୟା ଆସିଲେ ଫୁଲି ଉଠିବେ ଏହାର ୧୦ ଶାଖାନଦୀ । ଏହି ନଦୀ ଗୁଡ଼ିକ ହେଲେ କାଠଯୋଡ଼ି, କୁଆଖାଇ, ଦେବୀ, ଦୟା, ଭାର୍ଗବୀ, କୁଶଭଦ୍ରା, ବିରୂପା, ଚିତ୍ରୋତ୍ପଳା, ଲୁଣା ଓ ପାଇକା । ତେବେ କାଠଯୋଡ଼ିରେ ବନ୍ୟା ପାଣି ଆସିଲେ କଟକ, ପୁରୀ ଓ ଜଗତସିଂପୁରର ତଳିଆ ଅଞ୍ଚଳ ପ୍ରଭାବିତ ହେବ। ସେହିପରି କୁଆଖାଇ ଫୁଲିଲେ ଏହାର ବନ୍ୟାପାଣି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପଶିବ। କେବଳ କୁଆଖାଇ ନୁହେଁ କଟକ ଜଗତସିଂପୁର ଓ ପୁରୀ ଜିଲ୍ଲାରେ କୋପ ଦେଖାଇବ ଦେବୀ ନଦୀ। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ତାଣ୍ଡବ ରଚିବେ ଦୟା, ଭାର୍ଗବୀ ଓ କୁଶଭଦ୍ରା। ସେହିପରି ବିରୂପା, ଚିତ୍ରୋତ୍ପଳା, ଲୁଣା ଓ ପାଇକା ନଦୀ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଜନଜୀବନ ବିପନ୍ନ କରିବେ । ମହାନଦୀରେ ବନ୍ୟା ପାଣି ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ପ୍ରସ୍ତୁତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ NDRF ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି ।
ମୁଣ୍ଡଳୀରେ ବନ୍ୟାପାଣି 8 ଲକ୍ଷ କ୍ୟୁସେକ ପାର କରିଥିବା ବେଳେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆରମ୍ଭ ହୋଇଛି। ବଡ଼ମ୍ବା, ବାଙ୍କୀ, ତିଗିରିଆ, ତିର୍ତ୍ତୋଲ, ନିଆଳି, କଣାସ ଆଦି ଅଞ୍ଚଳରେ ବନ୍ୟାପାଣି ପଶିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଆଗାମୀ ୨୪ଘଣ୍ଟା ମହାନଦୀ ଅବବାହିକାରେ ଥିବା ଅଞ୍ଚଳ ପାଇଁ ସତର୍କ ଘଣ୍ଟି। ବନ୍ୟାପାଣି ପଶିବା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ପ୍ରଶାସନ ପକ୍ଷରୁ କରାଯାଉଛି ସଚେତନ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories