Bhimkund Watch Tower / ଭୀମକୁଣ୍ଡରେ ବୈତରଣୀର କରାଳ ରୂପ, ୱାଚ୍ ଟାୱାର ନିକଟକୁ ପହଞ୍ଚିଲା ବନ୍ୟାଜଳ
·1 hour ago·2 min read

Key Points
ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ
ଭୀମକୁଣ୍ଡରେ ବୈତରଣୀର କରାଳ ରୂପ
ୱାଚ୍ ଟାୱାର ନିକଟକୁ ପହଞ୍ଚିଲା ବନ୍ୟାଜଳ
ଭୀମକୁଣ୍ଡରେ ବୈତରଣୀର କରାଳ ରୂପ
ୱାଚ୍ ଟାୱାର ନିକଟକୁ ପହଞ୍ଚିଲା ବନ୍ୟାଜଳ
କେନ୍ଦୁଝର: ଲଗାଣ ବର୍ଷା ପ୍ରଭାବରେ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡଠାରେ ବୈତରଣୀ ନଦୀ ତାହାର କରାଳ ରୂପ ଦେଖାଇଛି । ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇଥିବା ବେଳେ ପ୍ରଚଣ୍ଡ ବେଗ ଓ ଘୋଘୋ ଗର୍ଜନ ସହ ପାଣି ପ୍ରବାହିତ ହେଉଛି । ବନ୍ୟାଜଳ ଭୀମକୁଣ୍ଡ ସ୍ଥିତ ୱାଚ୍ ଟାୱାର ନିକଟ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି । ନଦୀର ଏହି ଭୟଙ୍କର ରୂପ ଦେଖିବାକୁ ବହୁ ଲୋକ ଭିଡ଼ ଜମାଇଛନ୍ତି ।
ସେପଟେ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରିବା ସହ ନଦୀ କୂଳ ଓ ବିପଦସଙ୍କୁଳ ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବର୍ଷା କମିବା କାରଣରୁ ଏବେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ତଥାପି ନଦୀର ସ୍ରୋତ ଏବେ ମଧ୍ୟ ପ୍ରଖର ରହିଥିବାରୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ନଦୀ କୂଳକୁ ନଯିବା ଏବଂ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଭୀମକୁଣ୍ଡର ଚାରିପାଖ ଜଳମଗ୍ନ ହୋଇଛି । ଯୁଆଡେ ଦେଖିଲେ ନଦୀର ପ୍ରଖର ସ୍ରୋତ ଭୟଭୀତ କରାଉଛି ।
ପଢନ୍ତୁ ଏହି ଖବର: ମହାନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା, ତଳିଆ ଅଞ୍ଚଳରେ ପଶିଲା ପାଣି
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁଲାଇ ୧ ଯାଏ ବର୍ଷାର ପରିମାଣ କମ ରହିବା ସହ ପୁଣି ୨ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

- ଭାଙ୍ଗିଲା କପର୍ ଡ୍ୟାମ୍
- କମୁଛି ବୈତରଣୀ ନଦୀର ଜଳସ୍ତର
ପଢନ୍ତୁ ଏହି ଖବର: ମହାନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା, ତଳିଆ ଅଞ୍ଚଳରେ ପଶିଲା ପାଣି
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜୁଲାଇ ୧ ଯାଏ ବର୍ଷାର ପରିମାଣ କମ ରହିବା ସହ ପୁଣି ୨ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories