Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି

Odisha

ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି

Ritu Das
Browse all articles by Ritu Das
·1 year ago·1 min read
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି

ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ। ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର। ପ୍ରତାପଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ଚାଲି ପାରିବ ନାହିଁ ବୋଲି କହିଥିଲେ ସାଲେପୁର JMFC କୋର୍ଟ। ଯାହାକୁ ବିରୋଧ କରି ହାଇକୋର୍ଟରେ କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ଜେନା। 

ଯାହାର ଶୁଣାଣି କରି ୨୫ ସେପ୍ଟେମ୍ବର ୨୦୨୩ ମସିହାରେ ସାଲେପୁର JMFC କୋର୍ଟ ଦେଇଥିବା ରାୟକୁ ଖାରଜ କଲେ ହାଇକୋର୍ଟ। ଜାନୁଆରୀ ୦୨,୨୦୨୧ ମସିହାରେ ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା। ହେଲେ ମାହାଙ୍ଗା ପୋଲିସ ଚାର୍ଜସିଟ ଦାଖଲ କରିବା ସମୟରେ ପ୍ରତାପଙ୍କ ନାଁ କାଟି ଦେଇଥିଲା। ଯାହାକୁ ବିରୋଧ କରି ସାଲେପୁର JMFC କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର ଲୋକେ। ପୂର୍ବରୁ ଏହି ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ସଜା ଶୁଣାଇଛନ୍ତି ସାଲେପୁର ଦ୍ଵିତୀୟ ଅତିରିକ୍ତ ଦୌରା ଜଜ କୋର୍ଟ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahanga double | Argus News