Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ

Odisha

ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ

Jitendra Dash
Browse all articles by Jitendra Dash
·2 years ago·2 min read
ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ

ଅର୍ଗସ ବ୍ୟୁରୋ : ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ । ସ୍ପଷ୍ଟ ଦିବାଲୋକରେ ଦିନବେଳା ଆସିଲେ ଦୁଇ ଜଣ ଯୁବକ । ଗେଟ ଖୋଲି ଘରେ ପଶିଲେ । ଜଣେ ଘର ବାରଣ୍ଡାରେ ରହିଲେ ଆଉ ଜଣେ ବାହାରେ ରହି ସ୍ଥିତି ପରଖୁଥିଲା । ଘରେ ଥିଲେ କେବଳ ଜଣେ ବୃଦ୍ଧା । ବୃଦ୍ଧା ଜଣଙ୍କୁ କହିଲେ ଆମର ଗମେଣ୍ଟ ତରଫରୁ ଆସିଛୁ, ଜିନିଷ ସଫା କରିବା ପାଉଡର ଆଣିଛୁ, ସମ୍ପୂର୍ଣ୍ଣ ମାଗଣା । ବୃଦ୍ଧା ଜଣଙ୍କ ଠାରୁ ଦସ୍ତଖତ ମଧ୍ୟ ନେଲେ । ପାଉଡର ବ୍ୟବହାର କିଭଳି କରିବେ ଜଣାଇବା ପାଇଁ ବାସନ ମାଗିଲେ । ବୃଦ୍ଧା ଜଣଙ୍କ ଏକ ପିତଳ ବାସନ ଦେଲେ । ତାକୁ ମାଜି ସଫା କଲେ । 

ତାପରେ ସେ ପିନ୍ଧିଥିବା ମୁଦି ମାଗି ମଧ୍ୟ ସଫା କଲେ । ଆଉ ତାପରେ ହଠାତ ବୃଦ୍ଧା ପିନ୍ଧିଥିବା ଚେନ ଛିଣ୍ଡାଇ ଦେଲେ । ବୃଦ୍ଧା ଜଣଙ୍କ ଚେନ କାହିଁକି ନେଲ କହିବାରୁ ସେମାନେ କଣ ଚୋର କାହିଁକି ବ୍ୟସ୍ତ ହେଉଛନ୍ତି ମାଉସୀ ଏଇ ଦେଖନ୍ତୁ ଚେନ ବି ଏହି ପାଉଡରରେ କେମିତି ସଫା ହେଉଛି । କହି ଚେନ ଓ ମୁଦିକୁ ପାଉଡରେ ଗୋଳାଇ ଏକ ଜାଗାରେ ରଖି ଦଶ ମିନିଟ ପରେ ତାକୁ ଖୋଲିବାକୁ କହିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମୟରେ ବୃଦ୍ଧାଙ୍କ ଆଗରେ ହିଁ ତାଙ୍କ ୩ଭରି ଚେନ ଓ ସୁନା ମୁଦି ହାତ ସଫେଉ କରି ନେଇ ଚମ୍ପଟ ମାରିଲେ । ଆଉ କିଛି ସମୟ ପରେ ସେ ପାଉଡର ଭିତରୁ ଚେନ ଓ ମୁଦି ବାହାର କରିବାକୁ ଯାଇ ଦେଖିଲା ବେଳକୁ କିଛି ନାହିଁ । ଏଭଳି ଲୁଟର ଶୀକାର ହୋଇଛନ୍ତି କଟକ ଜିଲ୍ଲା ସାଲେପୁର ଥାନା ପାଟପୁର ଗାଁର ବୃଦ୍ଧା କାଞ୍ଚନ ମହାପାତ୍ର । ଲୁଟର ଚିତ୍ର ତାଙ୍କ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
 

Sponsored
salipur loot case | Argus News