Videos
|
Odisha

ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକଙ୍କ ଦାବି 

Smruti Parija
Browse all articles by Smruti Parija
·2 years ago·1 min read
ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକଙ୍କ ଦାବି 

କଟକ: ମାହାଙ୍ଗା ଥାନା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପୋଲିସକୁ ଦାୟୀ କଲେ ଗୁରୁତର ମହିଳାଙ୍କ ପରିବାର । ମାହାଙ୍ଗା ଥାନା ଅଧିକାରୀ ଓ ଜଣେ ମହିଳା ସବଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ଯୋଗୁ ତାଙ୍କ ଝିଅଙ୍କର ଏଭଳି ଅବସ୍ଥା ହୋଇଥିବା ସାଲେପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । 

ପୂର୍ବରୁ ତାଙ୍କ ଜ୍ବାଇଁକୁ ପୋଲିସ ଏକ ଚୋରି କେସ୍ ରେ ଉଠାଇ ଆଣିଥିଲା । ପରେ ଗତ 16 ତାରିଖ ଦିନ ତାଙ୍କ ଝିଅ ରଶ୍ମିତା ଦାସ ମାହାଙ୍ଗା ଥାନାକୁ ଆସି ତାଙ୍କ ସ୍ୱାମୀକୁ ଦେଖା କରିବା ପାଇଁ ଚାହିଁଥିଲେ । ହେଲେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ଦେଖା ନକରାଇଦେଇ ପୋଲିସ ଓଲଟା ତାଙ୍କୁ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି । ରଶ୍ମିତାଙ୍କୁ କଟକ ବଡ ମେଡ଼ିକାଲର icuରେ ଭର୍ତ୍ତି କରାଯାଇଛି । 

ପୋଲିସ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ସାଲେପୁର  ଏସଡିପିଓ କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନାହାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

mahanga-women-suicide-attempt-case-family demands action against the police | Argus News