Mahaprabhu Jagannath / ରଥଯାତ୍ରା ସରିବା ପୂର୍ବରୁ ମୁକ୍ତିଲାଭ କରିବନି 'ମହାପ୍ରଭୁ ଜଗନ୍ନାଥ' ଚଳଚ୍ଚିତ୍ର; ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
·1 hour ago·2 min read

Key Points
ରଥଯାତ୍ରା ପୂର୍ବରୁ ପରଦାକୁ ଆସିବ ନାହିଁ 'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ । ଚଳଚ୍ଚିତ୍ରର ରିଲିଜ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ ।
ନୂଆଦିଲ୍ଲୀ: 'ମହାପ୍ରଭୁ ଜଗନ୍ନାଥ' ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । 'ମହାପ୍ରଭୁ ଜଗନ୍ନାଥ'ଙ୍କୁ ନେଇ ତିଆରି ହୋଇଥିବା ଆନିମେସନ୍ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, "ଏବେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପୁରୀରେ ଚାଲିଛି । ରଥଯାତ୍ରା ସରିବା ପରେ ଜୁଲାଇ ୨୭ ତାରିଖ ପରେ 'ମହାପ୍ରଭୁ ଜଗନ୍ନାଥ' ଫିଲ୍ମକୁ ରିଲିଜ୍ କରାଯାଇ ପାରିବ ।"
ଏଥିସହ ପଢ଼ନ୍ତୁ: ବଡ଼ଦାଣ୍ଡ ଜନସମୁଦ୍ର; ଝିପିଝିପି ବର୍ଷାରେ ତିନିରଥକୁ ଆନନ୍ଦରେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ
ଏହା ପୂର୍ବରୁ 'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ମୁକ୍ତିଲାଭ ଉପରେ ଓଡ଼ିଶା ହାଇକୋର୍ଟ ଜୁଲାଇ ୧୫ରେ ରୋକ୍ ଲଗାଇଥିଲେ । ଦେଶବ୍ୟାପୀ ଫିଲ୍ମର ରିଲିଜ୍ ଉପରେ ହାଇକୋର୍ଟଙ୍କ କଟକଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଫିଲ୍ମ ନିର୍ମାତା ।
ଇଲେ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରି ଦେଇଛନ୍ତି । କୋର୍ଟ କହିଛନ୍ତି, "ଗତକାଲି ଠାରୁ ରଥଯାତ୍ରା ଆରମ୍ଭ ହୋଇଛି । ଜୁଲାଇ ୨୭ ପର୍ଯ୍ୟନ୍ତ ଜାରି ରହିବ । ରଥଯାତ୍ରା ସରିବା ପରେ ଆପଣ ଏହି ଫିଲ୍ମକୁ ରିଲିଜ୍ କରିପାରିବେ ।"
ଇଲେ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବରିଷ୍ଠ ଓକିଲ ଦେବଦତ୍ତ କମଟ ମାମଲା ଲଢ଼ିଥିବା ବେଳେ ଫିଲ୍ମ ଆଜି ରିଲିଜ୍ ପାଇଁ ଅନୁମତି ଲୋଡ଼ିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଫିଲ୍ମକୁ ରଥଯାତ୍ରା ପରେ ରିଲିଜ୍ କରିବାକୁ କହିଛନ୍ତି ।
ଓଡ଼ିଶା ପକ୍ଷରୁ ଭାରତ ସରକାରଙ୍କ ସଲିସିଟର ତୁଷାର ମେହଟ୍ଟା ପକ୍ଷ ରଖିଥିଲେ । ଇଲେ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିବା ସହ ଜୁଲାଇ ୨୭ ପରେ ଫିଲ୍ମ ରିଲିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରିବର୍ତ୍ତନୀୟ ତତ୍ତ୍ଵ
ହାଇକୋର୍ଟରେ କ'ଣ ହୋଇଥିଲା ?
'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ରିଲିଜ୍ ଉପରେ ରୋକ୍ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାଏର କରାଯାଇଥିଲା । ଯେଉଁ ମାମଲାର ବିଚାର କରି ହାଇକୋର୍ଟ ଜୁଲାଇ ୧୫ ତାରିଖରେ ଫିଲ୍ମ ମୁକ୍ତିଲାଭ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ମୂରହରି ଶ୍ରୀ ରମଣ ରଥଯାତ୍ରା ସମୟରେ ଫିଲ୍ମ ରିଲିଜ୍ ଉପରେ କଟକଣା ଲଗାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories