|
logo
Live
Argus News App
GET APP

Argus News - ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର

Odisha

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର

Jitendra Dash
Browse all articles by Jitendra Dash
·2 years ago·2 min read
ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର

ଅର୍ଗସ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ଭାବାବେଗକୁ ଆମେ ସମସ୍ତେ ସମ୍ମାନ ଦେବା ଉଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ସମସ୍ତ ଓଡ଼ିଆ ଏବଂ ସନାତନୀ ହିନ୍ଦୁଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନଭାବନାକୁ ଆଘାତ ଦେବା ଭଳି କେହି କିଛି କରିବା ଅନୁଚିତ୍ । ଜାଣତରେ ହେଉ କିମ୍ବା ଅଜାଣତରେ କେହି କେବେ ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ନ ଖେଳିଲେ ଭଲ, ଏହା ସମସ୍ତଙ୍କୁ ମୋର ଅନୁରୋଧ ରହିବ ବୋଲି ସେ କହିଛନ୍ତି ।    

ଅଧିକ ପଢନ୍ତୁ : ଜନଭାବନାକୁ ଆଘାତ ଦେଲା ଭଳିଆ କୌଣସି ଜିନିଷ କେହି ନକରିବା ଉଚିତ୍ 
 
ସେହିପରି ଆଉ ଏକ ପ୍ରଶ୍ନର ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ସଂସଦର ଶୀତ ଅଧିବେଶନରେ ମହତ୍ୱପୂର୍ଣ୍ଣ ବିଧେୟକ ଗୁଡିକ ଗୃହୀତ ହୋଇଛି । ଭାରତୀୟ ଜନତା ପାର୍ଟି ତଥା ଏନଡିଏ ସମ୍ମୁଖରେ ପ୍ରତିଦ୍ୱନ୍ଦିତା କରୁଥିବା ବିରୋଧୀ ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ । ଆଜି ଦେଶର ସବୁଠୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶା ଭଳି ରାଜ୍ୟରେ ୮୦ ଭାଗ ଲୋକ ମୋଦିଙ୍କୁ ପସନ୍ଦ କରୁଛନ୍ତି । ବିଜେପି ଓଡ଼ିଶାରେ ବଡ ଦଳ ଭାବେ ଉଭା ହୋଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳ ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଦଳୀୟ ସଂଗଠନକୁ ଅଧିକ ମଜଭୂତ୍ କରିବାର ଦାୟିତ୍ୱ ନେଇଛି । ଦଳୀୟ ନେତୃବୃନ୍ଦମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ମାନଙ୍କୁ ଭେଟି ସେମାନଙ୍କ ଠାରୁ ପରାମର୍ଶ ଓ ଆଶୀର୍ବାଦ ନେଇଛନ୍ତି । ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ବାର୍ତ୍ତାକୁ ପହଞ୍ଚାଇବା ଓ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବାର ଲକ୍ଷ୍ୟ ରହିଛି ।  ଏଥିରେ କାର୍ଯ୍ୟକର୍ତ୍ତାମାନେ ଦାୟିତ୍ୱରେ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର | Argus News