Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପହଣ୍ଡି ସମୟରେ ମୁହଁ ମାଡ଼ି ତଳେ ପଡ଼ିବା ପୂର୍ବରୁ ଚାର ଉପରେ ଅଧଘଣ୍ଟା ଅଟକି ଥିଲେ ମହାପ୍ରଭୁ

Smruti Parija
Browse all articles by Smruti Parija
·2 years ago·2 min read
ପହଣ୍ଡି ସମୟରେ ମୁହଁ ମାଡ଼ି ତଳେ ପଡ଼ିବା ପୂର୍ବରୁ ଚାର ଉପରେ ଅଧଘଣ୍ଟା ଅଟକି ଥିଲେ ମହାପ୍ରଭୁ

ପୁରୀ: ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ଅଘଟଣ ଘଟଣା । ପହଣ୍ଡି ସମୟରେ ମୁହଁ ମାଡ଼ି ତଳେ ପଡ଼ିବା ପୂର୍ବରୁ ଚାର ଉପରେ ଅଧଘଣ୍ଟା ଅଟକି ଥିଲେ ମହାପ୍ରଭୁ । ବିଡିଆ ମଣୋହି ହେବା ପାଇଁ ଆବଶ୍ୟକ ଚନ୍ଦନ ନଥିଲା ତେଣୁ ହୋଇଥିଲା ନୀତି ବିଳମ୍ବ । ପ୍ରତିକ୍ରିୟା ରଖି ପତି ମହାପାତ୍ର ସେବାୟତ କହିଛନ୍ତି ଆବଶ୍ୟକୀୟ ଚନ୍ଦନ ନୀତି ସମୟରେ ମିଳି ନଥିଲା । ଭିଡ ଭିତରେ ଚନ୍ଦନ ନେଇ ଆସିବା ସମୟସାପେକ୍ଷ ଥିଲା । ପରେ ହୋଇଥିଲା ନୀତି । ସେପଟେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସେବାୟତଙ୍କ ଉପସ୍ଥିତି ଯୋଗୁଁ ଘଟିଥିଲା ଅଘଟଣ । ଅଭିଜ୍ଞଙ୍କ ଅନୁପସ୍ଥିତି ଓ ଅସାବଧାନତା ଯୋଗୁଁ ବିଶ୍ଵ ରୂପ ଦେଖାଇଥିଲେ ମହାପ୍ରଭୁ । ତେବେ ଯାଞ୍ଚ ପରେ ଜଣା ପଡ଼ିବ ସତ୍ୟାସତ୍ୟ ।

ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଲାଗିଥିବା ସେନାପଟାରୁ ପାଟ ଡୋର ଖସିଯିବା ଫଳରେ ଏଭଳି ଅଘଟଣ ହୋଇଥିବାବେଳେ ସମସ୍ତ ସେବାୟତ ଏନେଇ କ୍ଷୋଭ ଓ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ଗତକାଲି ପରିଚାଳନା କମିଟିରେ ଏ ପ୍ରସଙ୍ଗ ପଡ଼ିଥିବାବେଳେ ଖୁବ୍ ଶୀଘ୍ର ସେବାୟତ ନିଯୋଗ ମାନଙ୍କ ସହ ହେବ ଗୁରୁତ୍ଵପୂର୍ଣ୍ଣ ବୈଠକ । ତେବେ ସ୍ବତନ୍ତ୍ର ଭାବରେ ଉଲ୍ଲେଖ ରହିଛି ପହଣ୍ଡି ସମୟରେ କେଉଁ ରଥରେ କେତେ ସଂଖ୍ୟକ ସେବକ ରହିପାରିବେ ଏବଂ କେଉଁ ବର୍ଗର ସେବାୟତ ରହିବେ ତାହା ଉଲ୍ଲେଖ ରହିଛି । କିନ୍ତୁ ଏହାକୁ ଅନୁ ପାଳନ କରୁନାହାନ୍ତି ସେବାୟତ । ଅନ୍ୟପଟରେ  ଏ ଡି ଏମ ଙ୍କ ନେତୃତ୍ୱରେ ଉନ୍ନୟନ ପ୍ରଶାସକ ଓ ଡେପୁଟି ସୂପରିଟେଣ୍ଡେଣ୍ଟକୁ ନେଇ ଏକ କମିଟି ଯାଞ୍ଚ କରି ରିପୋର୍ଟ ଦେବ ବୋଲି ଗତକାଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ତେବେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ସେ ଲେଖିଛନ୍ତିମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ । ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ । ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆପଣ ନିଜେ ଦାୟିତ୍ଵ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ । ମୋର ବିଶ୍ୱସ ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ୱସ୍ତ କରିବାରେ ସହାୟକ ହେବ ବୋଲି ଚିଠିରେ ନବୀନ ଲେଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mahaprabhu-stood-on-the-charamala-for-half-an-hour-before-falling-on-his-face-during-the-pahandi | Argus News