ଅଧିକ ପଢନ୍ତୁ ଓଡିଶା ଖବର
ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ତାଳଧ୍ଵଜ ରଥରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ମହାପ୍ରଭୁ ।୫ ଜଣ ସେବାୟତ ଆହତ ।
ଅର୍ଗସ ବ୍ୟୁରୋ : ପହଣ୍ଡି ବିଜେ ବେଳେ ବଡ ଅଘଟଣ। ବଳଭଦ୍ର ଙ୍କ ପହଣ୍ଡି ସମୟରେ ବଡ ଅଘଟଣ। ରଥ ଚାରମାଳ ଉପରେ ମୁହଁ ମାଡି ପଡିଗଲେ ପ୍ରଭୁ ବଳଭଦ୍ର। ଡୋର ଖସି ଯିବାରୁ ଘଟିଲା ଏଭଳି ଅଘଟଣ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ।୫ ଜଣ ସେବାୟତ ଆହତ ।
ଅଧିକ ପଢନ୍ତୁ ଓଡିଶା ଖବର
ଆଡ଼ପ ପହଣ୍ଡି ସମୟରେ ଅଘଟଣ ।ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ବେଳେ ଘଟିଛି ଅଘଟଣ।ପହଣ୍ଡି ବିଜେ ସମୟରେ ତାଳଧ୍ଵଜ ରଥରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର ମହାପ୍ରଭୁ ।୫ ଜଣ ସେବାୟତ ଆହତ ।
ଭୁବନେଶ୍ୱର: ବଙ୍ଗଳାଦେଶ ଓ ତତସଂଲଗ୍ନ ଅଂଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ। ଘୁର୍ଣ୍ଣିବଳୟ ଟି ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଉପକୂଳବର୍ତୀ ବଙ୍ଗଳାଦେଶ ଓ ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ୪୮ ଘଣ୍ଟାରେ ତୀବ୍ର ହୋଇ ଅବପାତରେ ପରିଣତ ହେବ। ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରେ ବି ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷ ଭାବେ ୧୩ , ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଗୋଟେ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଆସନ୍ତା ୨୪ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ମକାନଗିରି, କୋରାପୁଟ ଓ ନବରଙ୍ଗପୁର ପାଇଁ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା କୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢିବା ସହ ଅତି ପ୍ରବଳ ବର୍ଷା ପାଇଁ କଳାହାଣ୍ଡି ରେ ଅରେଞ୍ଜ ଓ୍ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲା ନବରଙ୍ଗପୁର ,କୋରାପୁଟ ,ମାଲକାନଗିରି ,ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ, ବାଲେଶ୍ୱର , ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, କଟକ, ଜଗତସିଂହପୁର, ରାୟଗଡା ଓ ଗଜପତି କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କୁ ଜେଲ୍ ନା ବେଲ୍ । ମଦ ଦୁର୍ନିତୀ ମାମଲାରେ ସିଏମ କେଜ୍ରିୱାଲଙ୍କ ଜାମିନ ହେବ କି ନାହିଁ ଏହା ଆସନ୍ତାକାଲି ଘୋଷଣା କରାଯିବ। କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଧାର୍ଯ୍ୟ କରିଛନ୍ତି।
ସିବିଆଇ ମାମଲାରେ ଦାଖଲ ହୋଇଥିବା ଜାମିନ ଆବେଦନ ଏବଂ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରିବେ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜଲ ଭୁୟାନଙ୍କ ବେଞ୍ଚ ଏହି ନିଷ୍ପତ୍ତି ଦେବ।କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ସଂରକ୍ଷିତ ରଖିଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ଭୁବନେଶ୍ୱର: ଡରାଇଲାଣି ସ୍କ୍ରବ ଟାଇପସ। ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ। ବରଗଡ଼ ଜିଲ୍ଲାରୁ ମୃତ ୪ ଜଣ ସ୍କ୍ରବ ଟାଇପସ୍ ଦ୍ଵାରା ସଂକ୍ରମିତ ହୋଇଥିବା ସନ୍ଦେହ। ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟ ହୋଇଥିବା ବେଳେ ଚତୁର୍ଥ ବ୍ୟକ୍ତି ବରଗଡର। ଯାହାଙ୍କର ରାଜ୍ୟ ବାହାରେ ମୃତ୍ୟ ହୋଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ୩ ଟି ଅଲଗା ଅଲଗା ଜାଗାରୁ କେସ ଆସିଥିଲା। ତାଙ୍କ ଗାଁକୁ ଟିମ୍ ପଠାଯାଇଛି। ଆଉ କେହି ଆଖପାଖ ଅଞ୍ଚଳରେ ସଂକ୍ରମିତ ଅଛନ୍ତି କି ତାହା ଅନୁଧ୍ୟାନ କରାଯିବ। ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କାହାରିକୁ ହେଇଛି କି ନାହିଁ ତାହା ପରୀକ୍ଷା କରାଯିବ। ଗତ ମାସରେ ୨୦ ଟେଷ୍ଟ ହୋଇଥିଲା ଯେଉଁଥିରୁ ୩ ଜଣ ସଂକ୍ରମିତ ହୋଇଥିଲେ।
ଯଦିଓ ଏହା ମହାମାରୀ ନୁହେଁ କିନ୍ତୁ ସାବଧାନ ନ ହେଲେ ବିପଦ। ଏଲିସା ମେଥଡ ରେ ଏହାକୁ ଚିହ୍ନଟ କରାଯାଇପାରିବ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଏହାର ପରୀକ୍ଷା କରାଯାଉଛି। ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ। ଜଙ୍ଗଲିଆ ଅଞ୍ଚଳରେ ବୁଲାବୁଲି ସମୟରେ ଏକ୍ସପୋଜ ହେଉଥିବା ଜାଗାକୁ ଟିକ କମୁଡ଼ିଥାନ୍ତି। ଟିକ କାମୁଡିବା ପରେ ନାଲି ଚିହ୍ନ ଦେଖାଯିବ। ଏହା ପରେ ଦେହରେ ଜର ରହିବ। ଗୋଡ଼ ହାତରେ ଯଦି କାମୁଡ଼ା ଚିହ୍ନ ରହିଛି, ଯଦି ତାହା କୁଣ୍ଡେଇ ହେଉଛି କିମ୍ବା ଫୁଲିଯାଉଛି। ତେବେ ତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା କରନ୍ତୁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ।
ଅଧିକ ପଢନ୍ତୁ ଓଡ଼ିଶା ଖବର