Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଣସର ଘରେ ଜ୍ଵରରେ ପିଡୀତ ମହାପ୍ରଭୁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଣସର ଘରେ ଜ୍ଵରରେ ପିଡୀତ ମହାପ୍ରଭୁ

ଅର୍ଗସ ବ୍ୟୁରୋ:  ଗତକାଲି ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ଵରରେ ପିଡୀତ ଅଛନ୍ତି। ତେବେ ଗତକାଲି ଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇସାରିଥିବା ବେଳେ ଚଳିତ ବର୍ଷ ୧୩ ଦିନ ଧରି ଚାଲୁ ରହିବ। ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି। ଏହି ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ। ୧୩ ଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରା ଯାଇଥାଏ। ତେବେ ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖରେ ଏହି ୧୩ ଦିନ ଚକଟା ଏବଂ ପଣା ଭୋଗ କରାଯାଇଥାଏ। ସେହିପରି ପଟିଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ ମଧ୍ୟ କରାଯାଇଥାଏ।

ଦଶାବତାର ଠାକୁରଙ୍କ ସମେତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ଵରୀ ପଟିଦିଅଁ ଭାବେ ପୂଜିତ ହେଉଛନ୍ତି। ତେବେ ଏହି ଅଣସର ସମୟରେ ପୁରୀ ଠାରୁ ୨୦ କି.ମି ଦୂରରେ ଥିବା ବ୍ରହ୍ମଗିରି ଠାରେ ବିଷ୍ଣୁ ରୂପି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahaprabhu suffering from fever in Ansar's house | Argus News