Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rituals change / ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ

Bikash Mohanty
Browse all articles by Bikash Mohanty
·4 months ago·2 min read
ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
Temple

Key Points

ମହାପ୍ରଭୁଙ୍କ ନୀତିରେ ଦେଖାଦେବ ବ୍ୟତିକ୍ରମ
ଦିନ ବଦଳରେ ରାତିରେ ସମସ୍ତ ସ୍ୱତନ୍ତ୍ର ନୀତିକାନ୍ତି
ଚନ୍ଦ୍ର ଗ୍ରହଣ ଯୋଗୁଁ ଦିନ ବଦଳରେ ରାତିରେ ସ୍ୱତନ୍ତ୍ର ନୀତିକାନ୍ତି 

ଦୋଳପୂର୍ଣ୍ନିମା ଦିନ ମହାପ୍ରଭୁଙ୍କ ନୀତିରେ ଦେଖାଦେବ ବ୍ୟତିକ୍ରମ। ସେହିଦିନ ଚନ୍ଦ୍ର ଗ୍ରହଣ ଯୋଗୁଁ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସମସ୍ତ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଫଳରେ ରାତିରେ ମହାପ୍ରଭୁଙ୍କ ସୁନାବେଶ ସହ ଦୋଳଗୋବିନ୍ଦ ଓ ଭୂଦେବୀ। ଶ୍ରୀଦେବୀ ଦୋଳବେଦୀକୁ ବିଜେ କରିବାକୁ ଥିବାରୁ ଦିନରେ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ଏପରିକି ଦିନବେଳା ମହାପ୍ରସାଦ ପାଇବାରୁ ମଧ୍ୟ ବଞ୍ଚିତ ହେବେ ଭକ୍ତ।

ଚଳିତବର୍ଷ ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ। ଦିନ ବଦଳରେ ରାତିରେ ସୁନାଵେଶ ଓ ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆସନ୍ତା ମାର୍ଚ୍ଚ ମାସ 3 ତାରିଖ ଦୋଳପୂର୍ଣ୍ନିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ଦେଖାଦେବ ବଡ ବ୍ୟତିକ୍ରମ। ଦୋଳପୂର୍ଣ୍ନିମା ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି।ଗ୍ରହଣ ସ୍ପର୍ଶ କରିବାର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ କରାଯିବ। ସୂର୍ଯ୍ୟୋଦୟ ସକାଳ 6ଟା୮ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମଙ୍ଗଳ ଆଳତି,,ମଇଲମ,,ତଡପଲାଗି ନୀତି ପରେ ସକାଳ 6ଟା ସୁଦ୍ଧା ଅବକାଶ ନୀତି ଶେଷ କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି। ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କ ସୁନାଵେଶ,,, ଦୋଳବେଦୀକୁ ଦିଅଁ ବିଜେ,,ଭୋଗମଣ୍ଡପ ଆଦି ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଆସନ୍ତା 24 ତାରିଖରେ ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ କରାଯିବ।

ବିସ୍ତାରିତ ଖବର: ସୂତକ କାଳ ସମୟରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ଏହି ଦସା...

ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବର୍ଷକୁ ୪ଥର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଦୋଳପୂର୍ଣ୍ନିମା ତିଥି ଅନ୍ୟତମ। ପ୍ରତିବର୍ଷ ସକାଳେ ମହାପ୍ରଭୁଙ୍କ ଅବକାଶ ନୀତିପରେ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯିବା ପରେ ଭକ୍ତମାନେ ଦର୍ଶନ କରିଥାନ୍ତି। ସେହିପରି ଦିନରେ ମଧ୍ୟ ଦୋଳବେଦୀ ଉପରେ ଦୋଳଗୋବିନ୍ଦଙ୍କୁ ଭକ୍ତମାନେ ପ୍ରତିବର୍ଷ ଦର୍ଶନ କରିଥାନ୍ତି। କିନ୍ତୁ ଚଳିତବର୍ଷ ଚନ୍ଦ୍ର ଗ୍ରହଣ ଯୋଗୁଁ ଦିନ ବଦଳରେ ରାତିରେ ଠାକୁରଙ୍କ ସୁନାବେଶ ଓ ଦୋଳବେଦୀକୁ ବିଜେ ନୀତି ଅନୁଷ୍ଠିତ ହେବ।ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ଠାକୁରଙ୍କ ସୁନାବେଶ ଓ ଦୋଳବେଦୀରେ ଦର୍ଶନରୁ ବଞ୍ଚିତ ହେବେ। ଏପରିକି ବିଳମ୍ବିତ ରାତିରେ ଭୋଗମଣ୍ଡପ ଉଠିବାକୁ ଥିବାରୁ ଦିନ ତମାମ୍ ଭକ୍ତ ମହାପ୍ରସାଦ ପାଇବାରୁ ମଧ୍ୟ ବଞ୍ଚିତ ହେବେ। ଗ୍ରହଣ ନୀତି ଯୋଗୁଁ ସେହିଦିନ ଠାକୁର ରାତି ଅନିଦ୍ରା ମଧ୍ୟ ରହିବେ ଵୋଲି ଆପାତତଃ ସ୍ଥିର କରାଯାଇଛି।

ଆସନ୍ତା 24 ତାରିଖ ଅପରାହ୍ନ ୫ଟାରେ ଦୋଳପୂର୍ଣ୍ନିମା ଚନ୍ଦ୍ର ଗ୍ରହଣକୁ ନେଇ ଛତିଶାନିଯୋଗ ଏବଂ ନୀତି ସବକମିଟିର ଯୁଗ୍ମ ବୈଠକରେ ମହାପ୍ରଭୁଙ୍କ ନୀତିକାନ୍ତି ଚୂଡାନ୍ତ ହେବ। କିନ୍ତୁ ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସୁନାବେଶ ଏବଂ ଦୋଳବେଦୀକୁ ଠାକୁର ବିଜେ ନୀତି ରାତିରେ ଅନୁଷ୍ଠିତ ହେବା ଏକ ପ୍ରକାର ନିଶ୍ଚିତ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dol Purnima 2026: Mahaprabhu Rituals Rescheduled to Night Due to Lunar Eclipse | Argus News