Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratnabhandar / ଶ୍ରୀମନ୍ଦିର ଇତିହାସରେ ଆଉ ଏକ ଐତିହାସିକ ଦିନ

Smruti Parija
Browse all articles by Smruti Parija
·9 months ago·2 min read
ଶ୍ରୀମନ୍ଦିର ଇତିହାସରେ  ଆଉ ଏକ ଐତିହାସିକ ଦିନ

Key Points

ଶ୍ରୀମନ୍ଦିର ଇତିହାସରେ ଆଉ ଏକ ଐତିହାସିକ ଦିନ
ମରାମତି ହୋଇଥିବା ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର
ମାହେନ୍ଦ୍ର ବେଳା ସକାଳ 7.17ରୁ 11.17 ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା

ଦୀର୍ଘ ଦିନର ପ୍ରତୀକ୍ଷାର ହେବ ଅନ୍ତ । ଶ୍ରୀମନ୍ଦିରର ଅସ୍ଥାୟୀ ରତ୍ନଭଣ୍ଡାରରୁ ମରାମତି ହୋଇଥିବା ମୂଳ ରତ୍ନଭଣ୍ଡାରକୁ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ହେବ ସ୍ଥାନାନ୍ତର । ପ୍ରସ୍ତୁତି ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ମାର୍ଗଦର୍ଶିକାର ଅନୁପାଳନ ନେଇ ମୁଖ୍ୟ କମିଟି ସଦସ୍ୟଙ୍କ ବିସ୍ତୃତ ଆଲୋଚନା କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ନିଷ୍ପତ୍ତି ଅନୁସାରେ ମାହେନ୍ଦ୍ର ବେଳା ଆସନ୍ତାକାଲି ସକାଳ 7.17ରୁ 11.17 ମଧ୍ୟରେ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ସକାଳ 10ଟାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯିବ । ଏହି ସମୟରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କିମ୍ବା ବେଢ଼ା ପରିକ୍ରମା କରିପାରିବେ ନାହିଁ । ତେବେ ମହାପ୍ରସାଦ ପାଇଁ ଭକ୍ତମାନେ ଉତ୍ତରଦ୍ଵାର ଦେଇ ଆନନ୍ଦବଜାରକୁ ଯାଇପାରିବେ । ପ୍ରଥମେ ଶ୍ରୀମନ୍ଦିରକୁ ଶୋଧ କରାଯିବା ପରେ ଆରମ୍ଭ ହେବ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ।


ଆହୁରି ପଢନ୍ତୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରତ୍ନ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧିକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଦେଉଳ କରଣ, ତଢ଼ଉ କରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସହିତ ଅତରିକ୍ତ ମୁଖ୍ୟ ଯନ୍ତ୍ରୀ ରହିଛନ୍ତି । ଏହିମାନେ ପୁରା ପ୍ରକ୍ରିୟା ଅନୁଧ୍ୟାନ କରିବେ।


କେବଳ ଅଧିକୃତ କମିଟିର ସଦସ୍ୟଙ୍କ ସହ ମହାପ୍ରଭୁଙ୍କ ନୀତି କରୁଥିବା ପାଳିଆ ସେବକ ମାନେ ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଜଗମୋହନକୁ ଯାଇପାରିବେ । ଏମାନଙ୍କ ପାଇଁ ଦୁଇ ପ୍ରକାର ପାସ୍ ବ୍ୟବସ୍ଥା ହୋଇଛି । ଏସପି କହିଛନ୍ତି, କାଲି ସକାଳ 8ଟାରୁ ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁବାକୁ ଭକ୍ତଙ୍କୁ ଚାରିଦ୍ବାରରେ କଡ଼ା ଚେକିଂ କରାଯିବ । ପୋଲିସ ସହ ପ୍ରତିହାରୀ, ଜେଟିପି ମାନେ ବି ସୁରକ୍ଷା ଦାୟିତ୍ବରେ ରହିବେ । ରତ୍ନ ସ୍ଥାନାନ୍ତର ବେଳେ ଶ୍ରୀମନ୍ଦିରରେ 4ଟି ଷ୍ଟ୍ରାଇକିଂ ଫୋର୍ସ, 13 ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ। ପ୍ରଶାସନ ନିଷ୍ପତ୍ତିକୁ ସେବାୟତ ସ୍ବାଗତ କରିବା ସହ ଭକ୍ତଙ୍କୁ ମହାପ୍ରସାଦ ପାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ।



Related Topics

Explore more stories

Sponsored
Ratnabhandar | mahaprabhus-ornaments-will-be-transferred-to-the-renovated-ratnabhandar-tommorrow | Argus News