Mahaprasad Black Marketing / ଶ୍ରୀମନ୍ଦିର ବାହାରେ ଖୁଲମଖୁଲା ଖଲିପତ୍ରରେ ବାଢ଼ି ବିକ୍ରି ହେଉଛି ମହାପ୍ରସାଦ, ଦଲାଲ ସକ୍ରିୟ
·2 hours ago·2 min read

Key Points
ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ଅଭିଯୋଗ
ଖୁଲମଖୁଲା ଖଲିପତ୍ରରେ ବାଢ଼ି ବିକ୍ରି ହେଉଛି ମହାପ୍ରସାଦ
ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ସକ୍ରିୟ ଦଲାଲ

ପୁରୀ,୦୯/୧୧: ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ମହାପ୍ରସାଦ ! ଉତ୍ତର ଦ୍ୱାର ନିକଟରେ ଖଲିପତ୍ରରେ କିଛି ଅସାଧୁ ବ୍ୟକ୍ତି ଖୁଲମଖୁଲା ମହାପ୍ରସାଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ କୋଟି କୋଟି ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ସମାନ।
ଶ୍ରୀମନ୍ଦିର ଭିତରେ ଆନନ୍ଦ ବଜାରରେ ନିୟମ ଅନୁଯାୟୀ ମହାପ୍ରସାଦ ମିଳେ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଶ୍ରୀମନ୍ଦିର ବାହାରେ ଉତ୍ତର ଦ୍ୱାର ନିକଟରେ କିଛି ଅସାଧୁ ବ୍ୟକ୍ତି ଖଲିପତ୍ରରେ ମହାପ୍ରସାଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତ ଓ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ଶ୍ରୀମନ୍ଦିର ବାହାରେ ବିକ୍ରି କରିବା ପାଇଁ ଅନୁମତି ଦେଲା କିଏ? ସୁଆର ମହାସୁଆର ନିଯୋଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ତଥାପି ବେଆଇନ୍ ଭାବେ ଖୁଲମଖୁଲା ବିକ୍ରି ଚାଲିଛି। ଭକ୍ତମାନେ ଅଧିକ ଦର ଦେଇ ମହାପ୍ରସାଦ କିଣୁଥିବାବେଳେ ଠକାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।
ପଢନ୍ତୁ ଏହି ଖବର: ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାଏରେ ଦର୍ଶନ କରିବେ ୧୦ ହଜାର ଭକ୍ତ
ତେବେ ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନର ଭୂମିକା ଉପରେ ପ୍ରଶ୍ନ ଉଠୁଛି। ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ମହାପ୍ରସାଦ ବିକ୍ରି ହେଉଥିବା ବେଳେ କାହିଁକି ଏ ଯାଏଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନାହିଁ? ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହି ଅସାଧୁ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଉତ୍ତର ଦ୍ୱାର ସମେତ ସମସ୍ତ ଦ୍ୱାର ନିକଟରେ ଯାଞ୍ଚ କଡ଼ାକଡ଼ି କରାଯାଉ। ଆନନ୍ଦ ବଜାର ବ୍ୟତୀତ ଅନ୍ୟ କେଉଁଠି ମହାପ୍ରସାଦ ବିକ୍ରି ହେଉଥିଲେ ତାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୀତିକାନ୍ତି ଓ ଭିଡ ସମୟରେ ଶ୍ରଦ୍ଧାଳୁ ଭିତରକୁ ଯାଇ ନପାରିବାରୁ,ସକ୍ରିୟ ହେଉଛନ୍ତି ଦଲାଲ ।କେତେବେଳେ ଦର୍ଶନ ନାଁରେ ଠକେଇ ଓ କେତେବେଳେ ମହାପ୍ରସାଦ ଯୋଗାଇଦେବାକୁ ଠକେଇ ଏବେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇଛି ।
Related Topics
Explore more stories