Videos
|
Odisha

ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ

Manini Pattanayak
Browse all articles by Manini Pattanayak
·2 years ago·1 min read
ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ:  ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ। ମହା ଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହୋଇଛି ଏହି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ। ସନ୍ଧ୍ୟାରେ ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର,ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଲୋକନାଥଙ୍କ ଏହି ଜଗତ ମଙ୍ଗଳ ଜାଗର ଦୀପକୁ ପ୍ରଜ୍ବଳନ କରିଥିଲେ।

୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୨ଫୁଟ ଗଭୀର ବିଶିଷ୍ଟ ଏହି ଅଷ୍ଟଧାତୁରେ ନିର୍ମିତ ଦ୍ଵୀପରେ ଏକାଥରେ ୩କୁଇଣ୍ଟାଲ ଘିଅ ଜଳାଯିବ। ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଅର୍ଥାତ୍ ୯ତାରିଖ ପ୍ରତ୍ୟୁଷ ପର୍ଯ୍ୟନ୍ତ ଏହି ଦ୍ଵୀପ ଜଳାଜିବ। ପୂର୍ବରୁ ଏହି ଦ୍ଵୀପଟି ମାଟିରେ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ବର୍ଷ ପ୍ରାୟ ଅଢେ଼ଇ କୁଇଣ୍ଟାଲ ଅଷ୍ଟଧାତୁରେ ଏହା ନିର୍ମାଣ କରାଯାଇଛି। ପ୍ରାୟ ୧ମାସ ଧରି ବାଳକାଟିର  ପ୍ରସିଦ୍ଧ କାରିଗର ଭାଗିରଥି ମହାରଣା ଏହି ଅଷ୍ଟଧାତୁର ବୃହତ୍ ଦୀପକୁ ପ୍ରସ୍ତୁତ କରିଛନ୍ତି।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mahashivaratri in lokanath temple in puri | Argus News