Videos
|
Odisha

ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମହାସ୍ନାନ ମା' ତାରାତାରିଣୀଙ୍କ ମହାସ୍ନାନ

Ritu Das
Browse all articles by Ritu Das
·1 year ago·1 min read
ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମହାସ୍ନାନ ମା' ତାରାତାରିଣୀଙ୍କ ମହାସ୍ନାନ

ଅର୍ଗସ ବ୍ୟୁରୋ: ମା' ତାରାତାରିଣୀଙ୍କୁ ଦୁବୃର୍ତ୍ତମାନେ ଛୁଇଁବା ପରେ ଆଜି ହେବ ମହାସ୍ନାନ । ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମା ଭଉଣୀ । ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିବେ ସେବାୟତ । ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତମାନେ ମା'ଙ୍କ ମନ୍ଦିର ଉପରକୁ ଯିବେ । ମନ୍ଦିର ଉପରେ ମା'ଙ୍କୁ ପ୍ରଥମେ ମହାସ୍ନାନ କରାଯିବ । 

ଏହାପରେ ଶ୍ରୀ ସୁପ୍ତ, ଦେବୀ ସୁପ୍ତ ସହ ବାତ୍ରୀ ସୁପ୍ତ ଭଳି ଏହି ତିନୋଟି ସୁପ୍ତକୁ ୧୦୮ଥର ପଠନ କରାଯିବ । ଏହାପରେ ମା'ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ମା ତାରାତାରିଣୀ ।‌ ଗତ ୬ ତାରିଖରେ ମା'ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋରମାନେ ଚୋରି କରିଥିଲେ । ମା'ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ମା'ଙ୍କୁ ଏଭଳି ମହାସ୍ନାନ କରାଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mahasnan of Goddess | Argus News