Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାତ୍ମା ଗାନ୍ଧୀଙ୍କ ୭୬ ତମ ଶ୍ରାଦ୍ଧ ଦିବସ

Arpita Mohanty
Browse all articles by Arpita Mohanty
·2 years ago·1 min read
ମହାତ୍ମା ଗାନ୍ଧୀଙ୍କ ୭୬ ତମ ଶ୍ରାଦ୍ଧ ଦିବସ

ଅର୍ଗସ ବ୍ୟୁରୋ : ମହାତ୍ମା ଗାନ୍ଧୀଜୀଙ୍କ ଶ୍ରାଦ୍ଧ ୭୬ ତମ ଦିବସ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମାଲ୍ୟାର୍ପଣ। ଗାନ୍ଧୀ ପାର୍କ ଓ କଂଗ୍ରେସ ଭବନରେ ମାଲ୍ୟାର୍ପଣ। ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସତ୍ୟ ଓ ଅହିଂସାର ଜନକଙ୍କୁ ମନେ ପକାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ନାଲ୍‌କୋ ଛକ ସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଅର୍ପଣ କରିଛନ୍ତି କଂଗ୍ରେସ ।

ସେହିପରି କଂଗ୍ରେସ ଭବନ ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦେଶ ସ୍ବାଧୀନତାରେ ମହାତ୍ମାଗାନ୍ଧୀଙ୍କ ଅବଦାନକୁ ସ୍ମୃତି ଚାରଣ କରିଥିଲେ । ପ୍ରତିଟି ଯୁବ ପୀଢ଼ି ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଛି କଂଗ୍ରେସ କମିଟି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତ୍ତରାୟଙ୍କ ସମେତ ବହୁ ବରିଷ୍ଠ କର୍ମୀ ସାମିଲ୍ ହୋଇଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahatma Gandhi | Argus News