Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟକୁ ନେଇ ବଢିଲା ଅଡୁଆ

Odisha

ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟକୁ ନେଇ ବଢିଲା ଅଡୁଆ

Ritu Das
Browse all articles by Ritu Das
·1 year ago·2 min read
ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟକୁ ନେଇ ବଢିଲା ଅଡୁଆ

ଅର୍ଗସ ବ୍ୟୁରୋ: ପୁଣି ବିବାଦରେ କାମାକ୍ଷ୍ୟାନଗରର ପୂର୍ବତନ ବିଧାୟକ ତଥା ନବୀନ ସରକାରରେ ପାୱାରଫୁଲ୍ ମନ୍ତ୍ରୀ ଥିବା ପ୍ରଫୁଲ ମଲ୍ଲିକ । କାମାକ୍ଷ୍ୟାନଗରରେ ନିର୍ମାଣ ହୋଇଥିବା ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟକୁ ନେଇ ପ୍ରଫୁଲ ମଲ୍ଲିକଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ନବାଗତ  ବିଜେପି ବିଧାୟକ ଶତୃଘ୍ନ ଜେନା । ଶତୃଘ୍ନ କହିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳାର ବଲେବଲେ ଢାବା ଓ କୁସୁମା କେଳେଙ୍କାରୀ ପରେ ବିବାଦକୁ ଆସିଥିଲା ଢ଼େଙ୍କାନାଳର ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ । ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି।

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲିକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ପାଖାପାଖି ୧୨ଟି କମ୍ପାନୀର କୋଟି କୋଟି ଟଙ୍କା ଏଥିରେ ଲାଗିଥିବା ଅଭିଯୋଗ । ଡିଏଏମଏଫ, ସିଏସଆର ପାଣ୍ଠିରୁ ପାଣି ଭଳିଆ ଟଙ୍କା ଖର୍ଚ ହୋଇଥିବା ଅଭିଯୋଗ । ଢ଼େଙ୍କାନାଳ କାମାକ୍ଷାନଗର ବ୍ଲକ ଶୋଗର ଠାରେ ଔଷଧୀୟ ଅରଣ୍ୟ ପାଖାପାଖି ୭୦୦ ଏକର ପରିମିତ ଅଂଚଳରେ ନିର୍ମିତ ହୋଇଛି । ଔଷଧୀୟ ଗଛ ଲାଗିଛି । ପାର୍କ ତିଆରି ହୋଇଛି । ଗେଷ୍ଟ ହାଉସ ଠାରୁ ଆରମ୍ଭ କରି ଶୁଇମିଂ ପୁଲ ଆଦି ସବୁ ହୋଇଛି । ହେଲେ ଏଠାରେ କେତେ ଟଙ୍କା ଖର୍ଚ ହୋଇଛି ତାର କୌଣସି ହିସାବ କାହା ପାଖରେ ନାହିଁ । ଆଉ ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଆଉ ଏହାର ନିର୍ମାଣରେ କୌଣସି ଅନିୟମିତତା ହୋଇନଥିବା କଥା କହିଛନ୍ତି ।
ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟରେ ମନଇଚ୍ଛା କରାଯାଇଛି କାମ । ମାଙ୍କଡ଼ା ପଥର କାଟି ସେଇଠି ନିର୍ମାଣ ହୋଇଛି ବିଲଡିଂ ଓ ପାଚେରୀ । ପଥର ଖଣି ଗୁଡିକୁ ସୁଇମିଙ୍ଗ ପୂଲରେ ପରିବର୍ତ୍ତନ କରାଯାଉଛି । ଗାଈ ଗୁହାଳ ବାବଦକୁ ଆସିଥିବା ୩ଲକ୍ଷ ୫୦ ହଜାର ଟଙ୍କାରେ କାଫେ ନିର୍ମାଣ କରାଯାଇଥିବା ଅଭିଯୋଗ । ଔଷଧୀୟ ଅରଣ୍ୟ ନିର୍ମିତ ହୋଇଥିବା ଜାଗା କେଉଁ କିସମର ତାକୁ ନେଇ ପ୍ରଶ୍ନ ଉଠିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Mahatma Gandhi's | Argus News