|
logo
Live

Argus News - ଆଡମିଟ କାର୍ଡରେ ମହାଲମାଣ୍ଡା ନାଁ; ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଲେ ଛାତ୍ରଛାତ୍ରୀ

Odisha

ଆଡମିଟ କାର୍ଡରେ ମହାଲମାଣ୍ଡା ନାଁ; ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଲେ ଛାତ୍ରଛାତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଆଡମିଟ କାର୍ଡରେ ମହାଲମାଣ୍ଡା ନାଁ; ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଲେ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ: ଦୀର୍ଘ ସାତବର୍ଷର ଅପେକ୍ଷାର ଅନ୍ତ ହୋଇ ନିଯୁକ୍ତି ଆସିବା ପରେ ସେଥିରେ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘ । ଯାହାକୁ ନେଇ ଲୋୟର ପିଏମଜିରେ ଗର୍ଜିଛନ୍ତି ଶତାଧିକ ଆଶାୟୀ । ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରି ଅଯୋଗ୍ୟଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଆଡମିଟ କାର୍ଡରେ ମହାଲମାଣ୍ଡା ନାଁ ଆସିବା ଓ ପରୀକ୍ଷାର୍ଥୀଙ୍କ ଫଟୋ ଜାଗାରେ ଓଡ଼ିଶା ମାନଚିତ୍ରର ଫଟୋ ଆସିବାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛନ୍ତି ଛାତ୍ରଛାତ୍ରୀ ମାନେ ।

ସେପଟେ ବହୁ ସଂଖ୍ୟାରେ ଆଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମେରିଟ୍ ଲିଷ୍ଟରେ ପିଲାଙ୍କ ନାଁ ନଥିବା, ଉତ୍ତର ଖାତା ନମିଳିବା, କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ଅଭିଯୋଗ କରିଛନ୍ତି ଆଶାୟୀ । ଏନେଇ ବହୁ ସଂଖ୍ୟାରେ ଆଶାୟୀ RTI ଆବେଦନ କରିବାକୁ ଯାଇଥିବା  ସୂଚନା ରହିଛି ।

ସେପଟେ ମାହାଲ ମାଣ୍ଡା ନାଁ ଓ ଆଡମିଟ୍ କାର୍ଡକୁ ନେଇ ବିବାଦ ଥମିବାର ନାଁ ନେଉନି ।  ନ୍ୟାୟ ଦାବିରେ ଲୋୟର ପିଏମଜିରେ ଗର୍ଜୁଛନ୍ତି ଶତାଧିକ ଛାତ୍ରଛାତ୍ରୀ । କେଉଁ ବେସିସ୍ ରେ ସେଲିକେସନ ହୋଇଛି । ଉପଯୁକ୍ତ ତଥ୍ୟା ସାର୍ବଜନୀନ କରାଯାଉ ବୋଲି ଦାବି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଆଡମିଟ କାର୍ଡରେ ମହାଲମାଣ୍ଡା ନାଁ; ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଲେ ଛାତ୍ରଛାତ୍ରୀ | Argus News