Videos
|
Odisha

ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି

Smruti Parija
Browse all articles by Smruti Parija
·2 years ago·2 min read
ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି

ପୁରୀ:  ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଏହି ପବିତ୍ର ଦିବସର ନାମ ହେଉଛି  ନୀଳାଦ୍ରୀ ମହୋଦୟାଷ୍ଟମୀ । ଏହି ଦିନ ସ୍ୱୟଂ ବ୍ରହ୍ମା, ମହାପ୍ରଭୁଙ୍କର ପୁଷ୍ୟାଭିଷେକ ବା ଜଳାଭିଷେକ କରାଇଥିଲେ ବୋଲି ବାମଦେବ ସଂହିତା ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ଅଛି । କାଳ କାଳ ଯୁଗ ଯୁଗ ଧରି କାଳିଆ ସାଆନ୍ତ ନୀଳାଦ୍ରୀ କନ୍ଦରର ପାବନ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ କରି 12 ମାସରେ 13 ଯାତ୍ରା କରିଥାନ୍ତି । ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ବାରଯାତ୍ରା ତେର ପର୍ବ ମଧ୍ୟରୁ ନୀଳାଦ୍ରୀ ମହୋଦୟାଷ୍ଟମୀ ହେଉଛି ତ୍ରୈୟୋଦଶ ପର୍ବ । 

ଆଜି ପ୍ରାତଃ ସମୟରୁ ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହୋଇ ନିତ୍ୟ ଅବକାଶ , ଗୋପାଳ ବଲ୍ଲଭ , ସକାଳ ଧୂପ ପୂଜା ବଢିସାରିବା ପରେ ଗତଦିନ ଅଧିବାସ ହୋଇଥିବା ୧୦୮ ଜଳଗରାକୁ ପ୍ରତିହାରୀମାନଙ୍କ ସୁରକ୍ଷାରେ ଗରାବଡୁ ସେବକମାନେ ବାଘମୁହଁ ବାନ୍ଧି ଘଣ୍ଟ , ଛତା , କାହାଳୀ , ତଳିଛ ପଟୁଆରରେ ଆସି ଚାରି ଥରରେ ଚାରିପନ୍ତି କରି ରଖିବେ । 

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ  ସୁଦର୍ଶନଙ୍କୁ ଯଂଥାକ୍ରମେ ୩୫,୩୩, ୨୨ ଓ ୧୮ ଗରା ପାଣିରେ ପ୍ରତୀକାତ୍ମକ ଭାବେ ଦର୍ପଣ ଉପରେ ସ୍ନାନ କରାଯିବ । ପୂଜାପଣ୍ଡା ସଂସ୍କାର କରି ଜଳଲାଗି କରାଇବା ପରେ ରୂପା ପିଙ୍ଗଣ ତିନିଟିରେ ପଣ୍ଡା, ପତି ଓ ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର କରାଇ ପୃଷ୍ଠାଳକଙ୍କ ସହିତ ଚନ୍ଦନ ସର୍ବାଙ୍ଗ କରାଇବେ । ତା'ପରେ ଧୋପଖାଳ ହୋଇ ଯାତ୍ରାଙ୍ଗ ଭୋଗ ଓ ମଧ୍ୟାହ୍ନ ଧୂପ ଛାମୁକୁ ଆସିବ । ଏହି ଧୂପ ଉଠିବା ପରେ ଦକ୍ଷିଣ ଭୋଗ ସରି ରାମକୃଷ୍ଣ ଓ ମଦନମୋହନ ସିଂହାସନକୁ ବିଜେ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂଜାପଣ୍ଡା ଷୋଡ଼ଶ ଉପଚାରରେ ଧୂପ ମଣୋହି କଲା ପରେ, ପାଣି ପଡ଼ି ଧୋପଖାଳ ହେବା ପରେ  ତିନିବାଡ଼ରେ ବନ୍ଦାପନା ହୋଇ ପୂଜାପଣ୍ଡା ଆଜ୍ଞା ମାଳ ଦେବା ପରେ ଠାକୁର ଠାକୁରାଣୀ ଚନ୍ଦନ ଯାତ୍ରାକୁ ବିଜେ କରିବେ । ଏହି ଦିନକୁ ମନ୍ଦିରର ବାର୍ଷିକତ୍ସୋବ ଭାବେ ମଧ୍ୟ ପାଳନ କରାଯାଏ ବୋଲି ଲୋକକଥା ରହିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

MAHODAYASTAMI-RITUALS-IN-SRIMANDIR-PURI | Argus News