Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୀମାନ୍ତ ଇଲାକାରେ ମହୁଲ ଫୁଲର ଅଭାବୀ ବିକ୍ରି

Ritu Das
Browse all articles by Ritu Das
·2 years ago·2 min read
ସୀମାନ୍ତ ଇଲାକାରେ ମହୁଲ ଫୁଲର ଅଭାବୀ ବିକ୍ରି

ଅର୍ଗସ ବ୍ୟୁରୋ: ମହୁଲ କିଣିବାରେ ଫେଲ ରାଜ୍ୟ ସରକାର l ନବୀନ ସରକାର ଶାସନରେ ସାତ ସପନ ମହୁଲ ଫୁଲ ବିକ୍ରି ବ୍ୟବସ୍ଥା l ହାତ ବାନ୍ଧି ବସିଛି ପଞ୍ଚାୟତ। ମହୁଲ ଫୁଲ କିଣୁ ନ ଥିବାରୁ ଏହାର ଫାଇଦା ଉଠାଉଛନ୍ତି ଛତିଶଗଡ଼ ଦଲାଲ ମାନେ। 

ବଣପାହାଡ଼ ଘେରା ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସୀମାନ୍ତ ଇଲାକାରେ ଦେଖା ଦେଇଛି ମହୁଲ ଫୁଲର ଅଭାବୀ ବିକ୍ରି l ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ଖଇରପଦର ଅଞ୍ଚଳର l ସକାଳୁ ସକାଳୁ ମହୁଲ ଗୋଟାଇବାରେ ବ୍ୟସ୍ତ ଆଦିବାସୀ ପରିବାର l ଡହ ଡହ ଖରାରେ ବନ୍ୟଜନ୍ତୁଙ୍କୁ ଡରି ଡରି ମହୁଲ ଫୁଲ ଗୋଟାଉଛନ୍ତି l ମହୁଲ ଫୁଲକୁ ଘରକୁ ଆଣି ତାକୁ ଖରାରେ ଶୁଖାଉଛନ୍ତି ଆଉ ଭାବୁଛନ୍ତି କାଳେ ନବୀନ ସରକାର ମହୁଲ ଫୁଲ ବିକ୍ରି ପାଇଁ ବ୍ୟବସ୍ଥା କରିବେ ହେଲେ ଏସବୁ କେବଳ ସ୍ବପ୍ନ ପାଲିଟିଛି। 

ସରକାରୀ ସ୍ତରରେ ପଞ୍ଚାୟତ ମହୁଲ ଫୁଲ କିଣିବା କଥା ହେଲେ ପଞ୍ଚାୟତ ହାତବାନ୍ଧି ବସିଛି l ଖଡ଼ିଆଳ, ସିନାପାଲି, ବୋଡେ଼ନ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଫୁଲ ସଂଗ୍ରହ ହେଉଛି ହେଲେ ବିକ୍ରି ବ୍ୟବସ୍ଥା ନ ଥିବାରୁ ନିରାଶ ଆଦିବାସୀ l ଗାଁ ଗାଁରେ ସକ୍ରିୟ ଅଛନ୍ତି ଛତିଶଗଡ ରାଜ୍ୟର ଦଲାଲ କୋଚିଆ ମାନେ। 15 ରୁ 20 ଟଙ୍କା ଭିତରେ କିଣି ଅନ୍ୟ ରାଜ୍ୟକୁ ଚାଲାଣ କରି ମାଲେମାଲ ହେଉଛନ୍ତି l ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ମହୁଲ ଫୁଲ ମଣ୍ଡି ସ୍ଥାପନ ପାଇଁ ଅଞ୍ଚଳ ବାସି ଦାବି କରି ଆସୁଥିଲେ ବି ରାଜ୍ୟ ସରକାର ହାତବାନ୍ଧି ଚୁପ ବସିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହୁଲ ଫୁଲ ବିକ୍ରି ନାଁରେ ଆଦିବାସୀଙ୍କୁ ରାଜ୍ୟ ସରକାର କେବଳ ଧୋକା ଦେଉଛନ୍ତି। କୋଚିଆ ଦଲାଲ ହାତରେ ଟେକି କ୍ଷତି ସହୁଛନ୍ତି ମହୁଲ ଫୁଲ ଗୋଟାଳି। ତେବେ କେବେ ଏମାନଙ୍କ ଦୁଃଖ ବୁଝୁଛନ୍ତି ରାଜ୍ୟ ସରକାର ତାହା ଦେଖିବାକୁ ବାକି ରହିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Mahula flower | Argus News