Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାମ୍ନାକୁ ଆସିଲା ମୁଖ୍ୟ ସାର୍ପସୁଟର୍ କୁରୁପତି ଭୂୟାଁ ଏବଂ ଉମା ବିଷୋୟୀ

Odisha

Pitabas Panda Murder Mystery / ସାମ୍ନାକୁ ଆସିଲା ମୁଖ୍ୟ ସାର୍ପସୁଟର୍ କୁରୁପତି ଭୂୟାଁ ଏବଂ ଉମା ବିଷୋୟୀ

Rashmita Mishra
Browse all articles by Rashmita Mishra
·7 months ago·3 min read
 ସାମ୍ନାକୁ ଆସିଲା ମୁଖ୍ୟ ସାର୍ପସୁଟର୍ କୁରୁପତି ଭୂୟାଁ ଏବଂ ଉମା ବିଷୋୟୀ

Key Points

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା
ପୀତବାସଙ୍କୁ ଜିରୋ ପଏଣ୍ଟରୁ ଗୁଳି ମାରିଥିଲା କୁରୁପତି
ଉଭୟଙ୍କୁ ଧରିବାକୁ ରାଜ୍ୟ ବାହାରେ ନେଟୱାର୍କ ଲଗାଇଛି ପୋଲିସ୍

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ସାମ୍ନାକୁ ଆସିଲା ମୁଖ୍ୟ ସାର୍ପସୁଟର୍ କୁରୁପତି ଭୂୟାଁ ଏବଂ ଉମା ବିଷୋୟୀର ଫଟୋ । କୁରୁପତି ହିଁ ପୀତବାସଙ୍କୁ ଜିରୋ ପଏଣ୍ଟରୁ ଗୁଳି ମାରିଥିଲା । ଉମା ବିଷୋୟୀ ଏହି ସୁଟରକୁ ଯୋଗାଡ଼ କରିଥିଲା । ଦୁହେଁ ଫେରାର ଥିବାବେଳେ ପୋଲିସ ଉଭୟଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ପୁରା ନେଟୱାର୍କ ଲଗାଇଛି । ପୂର୍ବରୁ ପୀତବାସ ପଣ୍ଡା ଗୁଳିକାଣ୍ଡରେ ୧୩ ଅଭିଯୁକ୍ତ ଗିରଫ ହୋଇଥିବାବେଳେ କୁରୁପତି ଏବଂ ଉମା ଫେରାର ଅଛନ୍ତି । ଉମା ସୁପାରୀ ପାଇବା ସହ ଯୋଗାଡ଼ କରିଥିଲା ସାର୍ପ ସୁଟର୍ । ଗୁଳି ମାରିଥିବା କୁରୁପତି ଫେରାର ଥିବାବେଳେ ବାଇକ୍ ଚାଳକ ଚିଣ୍ଟୁ ଗିରଫ ହୋଇସାରିଛି ।

ଯୋଜନା ଅନୁସାରେ, ସେପ୍ଟେମ୍ବର ୧୦ରେ ବିହାରରୁ ଦୁଇ ସାର୍ପ ସୁଟର ବ୍ରହ୍ମପୁର ଆସି ରେକି କରନ୍ତି । ସେପ୍ଟେମ୍ବର ୧୪ ତାରିଖରେ ହତ୍ୟା ପାଇଁ ଷଡ଼ଯନ୍ତ୍ର ବି ହୁଏ । ହେଲେ ବିହାରରୁ ଆସିଥିବା ଅପରାଧୀ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଫେରି ପଳାନ୍ତି । ଏହା ପରେ ଉମା ବିଷୋୟୀ ସ୍ଥାନୀୟ ଅପରାଧୀଙ୍କୁ ଏଥିରେ ନିୟୋଜିତ କରିଥିଲେ ।

ଏଥିସହ ପଢ଼ନ୍ତୁ: ଏଯାଏଁ ଧରାପଡ଼ି ନାହାନ୍ତି ଦୁଇ କିଲର୍ ! ସେମାନଙ୍କୁ କିଏ ଦେଇଛି ଆଶ୍ରୟ ?

ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ ଉମା ବିଷୋୟୀ । ସେମାନଙ୍କୁ ୮ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା । ଗୁଳି କରିବାକୁ ୫ ଲକ୍ଷ ଓ ବାଇକ୍ ଚାଳକଙ୍କୁ ୩ ଲକ୍ଷ ଟଙ୍କା ଦେଇଥିଲେ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ରଖିଥିଲେ । ଅକ୍ଟୋବର ୬ ତାରିଖରେ ପୀତାମ୍ବରଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସ ଆସିବାରୁ ତାଙ୍କ ନମସ୍କାର କରି ସେ ବୋଲି ସ୍ପଷ୍ଟ ହେବା ପରେ ଗୁଳି କରିଥିଲେ କୁରୁପତି ।

କେମିତି ଫେରାର୍ ହେଲେ ?
ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ । ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ରଖି ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ଖସି ଯାଇଥିଲେ । ହତ୍ୟା ପୂର୍ବରୁ ସମସ୍ତେ ମୋବାଇଲ୍ ବ୍ୟବହାର ଛାଡ଼ି ଦେଇଥିଲେ । ପୁରୀରୁ ଚିଣ୍ଟୁ ବେଙ୍ଗାଲୁରୁ ପଳାଇଥିବା ବେଳେ କୁରୁପତି ଜୟପୁର ଯାଇଥିଲେ । ହତ୍ୟା ବାବଦରେ ଜାଣିବା ପରେ ମଧ୍ୟ ବିକ୍ରମ ପଣ୍ଡାଙ୍କ ଜଣେ ସହଯୋଗୀ ସୁନୀଲ ହୋତା କୁରୁପତିଙ୍କୁ ଆଶ୍ରୟ ଦେଇଥିଲେ ।

ହତ୍ୟା ପାଇଁ ୫୦ ଲକ୍ଷର ଡିଲ୍
ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି । ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ପୋଲିସ କହିଛି । ମାମଲାରେ ବ୍ରହ୍ମପୁର ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଛି । ଏବେ ୩ ଜଣ ଫେରାର୍ ରହିଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ।

ଏଥିସହ ପଢ଼ନ୍ତୁ: କେମିତି ଥିଲା ଉଭୟଙ୍କ ବନ୍ଧୁତା, ଆଉ କାହିଁକି ସାଜିଲେ ସବୁଠୁ ବଡ଼ ଶତ୍ରୁ ? ଜାଣିବା ପାଇଁ ପଢ଼ନ୍ତୁ...

ବ୍ୟକ୍ତିଗତରୁ ବ୍ୟବସାୟିକ ବିବାଦ
ପୂର୍ବରୁ ବିକ୍ରମ ପଣ୍ଡାଙ୍କ ସହ ପୀତବାସଙ୍କ ବ୍ୟକ୍ତିଗତ ବିବାଦ ଲାଗି ରହିଥିବା ବେଳେ ବ୍ୟବସାୟିକ ବିବାଦ ବି ବଢ଼ିଥିଲା । ସୁଦର୍ଶନ ଜେନା, ମଦନ ଦଳେଇ ଓ ବିକ୍ରମ ପଣ୍ଡା ବିଭିନ୍ନ ବ୍ୟବସାୟ କରନ୍ତି । ଆଉ ସେମାନଙ୍କ ବ୍ୟବସାୟରେ କ୍ଷତି ପାଇଁ ସୁଦର୍ଶନ ଓ ମଦନ ଭାବୁଥିଲେ, ପୀତବାସଙ୍କ ପାଇଁ କ୍ଷତି ହେଉଛି । ଅନ୍ୟପଟେ ପୀତବାସ ମଧ୍ୟ ସୁଦର୍ଶନ ଓ ମଦନ କରୁଥିବା ସନ୍ଦେହକୁ ବିଭିନ୍ନ ଲୋକଙ୍କ ମାଧ୍ୟମରେ ଦୃଢ଼ୀଭୂତ କରୁଥିଲେ ।

ପୀତବାସଙ୍କ ହତ୍ୟା ମାମଲାରେ ପୋଲିସ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ହତ୍ୟା ପାଇଁ ଅପରାଧିକ ଷଡ଼ଯନ୍ତ୍ରରେ ବିକ୍ରମ ପଣ୍ଡାଙ୍କ ବିରୋଧରେ ବୈଷୟିକ ପ୍ରମାଣ (Technical Evidence) ପୋଲିସକୁ ମିଳିଛି । ଏଥିସହ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ଆଉ ଏକ ବନ୍ଧୁକ ଜବତ କରିଛି । ୧୨ ଜଣ ଗିରଫ ହୋଇଥିବା ବେଳେ ୩ ଜଣ ଫେରାର୍ ଅଛନ୍ତି । ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଧରାପଡ଼ି ନାହିଁ । ଫେରାର୍ ଅଭିଯୁକ୍ତମାନେ ଗିରଫ ହେବା ପରେ ଘଟଣାର ଅନ୍ୟ ଦିଗ ଉପରୁ ପରଦା ହଟିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pitabas Panda Murder Mystery | Main Sharpshooters Kurupati Bhuiyan and Uma Bishoyi Come to Light | Odisha Crime News | Argus News