Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିଳିଲା ନୌସେନା ଅଫିସରଙ୍କ ସିସିଟିଭି ଫୁଟେଜ୍

Smruti Parija
Browse all articles by Smruti Parija
·1 year ago·2 min read
ମିଳିଲା ନୌସେନା ଅଫିସରଙ୍କ ସିସିଟିଭି ଫୁଟେଜ୍

ବ୍ରହ୍ମପୁର: ନୌସେନା କର୍ମଚାରୀ ସୈାରଭ କୁମାର ପାତ୍ର ନିଖୋଜ ଘଟଣାର ଆସିଲା ବଡ଼ ଅପଡେଟ୍ । ଇଚ୍ଛାପୁର ଷ୍ଟେସନରୁ ଓହ୍ଲାଇବା ପରେ ପ୍ଲାଟଫର୍ମରୁ ବାହାରି ଏକ ଅଟୋରେ ସୈାରଭ ଯାଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯେଉଁ ସିସିଟିଭିକୁ ଆଧାର କରି ବ୍ରହ୍ମପୁର ପୋଲିସ ଏବଂ ରେଳ ବିଭାଗ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।


ଅଟୋରେ କୁଆଡ଼େ ଯାଇଛନ୍ତି ସେ ନେଇ ସ୍ପଷ୍ଟ ହୋଇନାହିଁ । ବ୍ରହ୍ମପୁର ରେଳ ଧାରଣା ନିକଟରୁ ସୈାରଭଙ୍କ ଭୋଟ ପରିଚୟ ପତ୍ର ମିଳିଛି । ଘଟଣାର ଅଧିକ ତଦନ୍ତ ନେଇ ବ୍ରହ୍ମପୁର ପୋଲିସ ଇଚ୍ଛାପୁରକୁ ଯିବ । ସୈାରଭଙ୍କୁ ଠାବ କରିବା ପାଇଁ ଟେକ୍ନିକାଲ ଆନାଲାସିସ୍ ମଧ୍ୟ କରାଯାଉଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି । କୋଚି ଆଇଏନଏସ ସହ ଟାଉନ ଥାନା ପୋଲିସ ସୈାରଭଙ୍କ ନିଖୋଜକୁ ନେଇ ଯୋଗାଯୋଗରେ ଅଛି ବୋଲି ବ୍ରହ୍ମପୁର ଏସପି ଡ଼ଃ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି ।


ସୂଚନାନୁଯାୟୀ, କେରଳର କୋଚି ଆଇଏନ୍‌ଏସ୍ ଗରୁଡ଼ାରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ନୌସେନା ଆକ୍ଟିଲିଡିଂ କମ୍ୟୁନିକେଟର (ଏଜି.ଏଲ୍.କମ୍.) ସୌରଭ କୁମାର ପାତ୍ର । ବୟସ ମାତ୍ର ୨୫ ବର୍ଷ । ଗତ ୧୯ ତାରିଖରୁ ସେ ଟ୍ରେନ୍‌ରେ ଯାଇଥିବାବେଳେ ଏବେ ସେ ନିଖୋଜ ଅଛନ୍ତି । ଆଇଏନ୍‌ଏସ୍ ଗରୁଡ଼ାରେ ପହଞ୍ଚିନାହାନ୍ତି କି ତାଙ୍କର କୌଣସି ସନ୍ଧାନ ନାହିଁ । ଫୋନ୍ ବି ସୁଇଚ୍ ଅଫ୍ ରହିଛି । ତେଣୁ ତାଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ ନିତୁ ପାତ୍ର । ପୁଲିସ ମିସିଂ ରିପୋର୍ଟ କରି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତାଙ୍କ ଭାଇ ସମୀରଙ୍କ ସୂଚନାନୁସାରେ, ୨୦୧୯ ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ । କେରଳର କୋଚି ଆଇଏନ୍‌ଏସ୍ ଗରୁଡ଼ାରେ ତାଙ୍କର ନିଯୁକ୍ତି ଥିଲା । ୨୦୨୪ ଡିସେମ୍ବର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ । ଜାନୁଆରୀ ୧୯ ତାରିଖରେ ତାଙ୍କର କୋଚି ଫେରିବାର ଥିଲା । ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ୍ ଟିକଟ ହୋଇଥିଲା । ଭୋର ୩ଟା ଜାନୁଆରୀ ୧୯ରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ସୌରଭଙ୍କୁ ଟ୍ରେନ୍‌ରେ ବସାଇଥିଲେ ପରିବାର ଲୋକ । ଅପରାହ୍ନରେ ତାଙ୍କର ଫ୍ଲାଇଟ୍ ଥିଲା । ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା।


ଘରକୁ ଛୁଟି କଟାଇବାକୁ ଆସିଥିଲେ, 4ଦିନ ହେଲାଣି ପତ୍ତା ମିଳୁନି

Sponsored
major-update-on-missing-naval-personnel-saurav-kumar-patra | Argus News