Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଭିନ୍ନ ସ୍ଥାନରେ ମକରକୁ ଭିନ୍ନ ଭିନ୍ନ ଢାଂଚାରେ ପାଳନ 

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଭିନ୍ନ ସ୍ଥାନରେ ମକରକୁ ଭିନ୍ନ ଭିନ୍ନ ଢାଂଚାରେ ପାଳନ 

ମୟୂରଭଞ୍ଜ:  ମୟୂରଭଞ୍ଜର ଗଣପର୍ବ ମକର । ଆଜି ପାଳିତ ହେଉଛି ମକର ପର୍ବ । ବିଭିନ୍ନ ସ୍ଥାନରେ ମକରକୁ ଭିନ୍ନ ଭିନ୍ନ ଢାଂଚାରେ ପାଳନ କରାଯାଉଥିବା ବେଳେ ମୟୂରଭଞ୍ଜରେ ମକରର ମହକ କିଛି ଅଲଗା । ମକରରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ମକର ଚାଉଳର ।  ଆସନ୍ତ ଜାଣିବା  ମକର ଚାଉଳ ଓ ତାହାର କାହାଣୀ।  ରାଜ୍ୟ ସାରା ମକର ମହକ । ଆଖୁ, କନ୍ଦମୂଳ, ଚିନି ଆଳୁକୁ, ଚୂଡା ଆଉ ଅରୁଆ ଚାଉଳ। ଯାହାର ମକର ଚାଉଳ।  ଏହି ଭୋଗ କେବଳ ଆଜି ଗୋଟିଏ ହିଁ ଦିନ ତିଆରି ହୋଇଥାଏ, ଆଉ ଏହାକ ହିଁ କୁହନ୍ତି ମକର ଚାଉଳ । ମକର ଚାଉଳ ଭିନ୍ନ ଏକ ପରମ୍ପରା । ଉଦଳା ହନୁମାନ ମନ୍ଦିରରେ  ମକର ଚାଉଳ ତିଆରି ହୋଇଥିଲା । 

ମକର ଚାଉଳ ପ୍ରସ୍ତୁତି: 

ଚୂଡାକୁ ଧୋଇ ସଫା କରାଯିବା ପରେ ସେଥିରେ ପଡିଥାଏ କ୍ଷୀର, ଗୁଡ, ଆଖୁ, ଚେରି, ଖଜୁରୀ, କାଜୁ, କିସମିସ୍‌, ଅଦା, କନ୍ଦମୂଳ, ଚିନିଆଳୁ । ଏହା ସହିତ ଏହି ମକର ଚାଉଳର ସ୍ୱତନ୍ତ୍ରତା ହେଉଛି ଏଥିରେ ପଡିଥାଏ ତିଳଉ । ଯାହାକି କେବଳ ମକର ସମୟରେ ହିଁ ଉପଲବ୍ଧ ହୋଇଥାଏ । ମକର ଚାଉଳ ତିଆରି ହେବା ପରେ ତାହାକୁ ସାଧାରଣ ଭକ୍ତଙ୍କୁ ବଂଟା ଯିବା ସହିତ ନିକଟରେ ଥିବା କାରାଗାରର କଏଦୀମାନଙ୍କୁ ତାହା  ପ୍ରଦାନ କରାଯାଇଥାଏ । ମକର ଦିନ ଏହି ମକର ଚାଉଳର ଭୂମିକା ଅଲଗା । ମକର ଏବଂ ମକର ଚାଉଳ ପରସ୍ପର ସହିତ ଜଡିତ ଥିବା ବେଳେ ଅନେକ ଆଜି ବି ଏହି ମକର ଚାଉଳ ତିଆରିର ମହତ୍ୱ ଠାରୁ ଅନେକ ଦୂରରେ ।   ତେବେ ସବୁପରେ ମକର ସଂକ୍ରାନ୍ତିରେ ମକର ଚାଉଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ମକରେ ଏହାର ମହକ କିଛି ଅଲଗା । ତେଣୁ ଏହି ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ମକର ଚାଉଳ ଦେଇ ହାର୍ଦ୍ଦିକ ଶୂଭେଚ୍ଛା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର  

Sponsored
Makar sankranti celebration : Makar is kept in different ways in different places | Argus News