ନୂଆ ଅତିଥିଙ୍କୁ ପାଇ ବେଶ ଖୁସି ମାଲକାନଗିରି ବାସୀନ୍ଦା

ଅର୍ଗସ ବ୍ୟୁରୋ: ଜଙ୍ଗଲ ପାହାଡ ଘେରା ମାଲକାନଗିରି ଜିଲ୍ଲା । ଏଠି ପ୍ରକୃତି ଅଜାଡି ଦେଇଛି ନିଜର ଅଜସ୍ର ଭଲପାଇବା । ସୁନ୍ଦର ପରିବେଶ ବଡ ବଡ ଝରଣା ର କୁଳୁକୁଳୁ ସ୍ୱର ସବୁବେଳେ ରାଜ୍ୟ ଓ ରାଜ୍ୟ ବାହାରର ସହ ସହ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣେ । କିନ୍ତୁ ଏବେ ପର୍ଯ୍ୟଟକଙ୍କ ନୂଆ ଠିକଣା ପାଲଟିଛି ମାଲକାନଗିରି ଜିଲ୍ଲାର ଦୁଇଟି ଜଳ ଭଣ୍ଡାର ସତୀଗୁଡା ଓ ବାଲିମେଳା ଜଳଭଣ୍ଡାର । ଏହି ଜଳ ଭଣ୍ଡାର କୁ ଏବେ ଆସୁଛନ୍ତି ବିଦେଶୀ ଅତିଥି । ଓଡ଼ିଶାର ଅନେକ ସ୍ଥାନକୁ ଶୀତ ଋତୁ ଆରମ୍ଭରେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା କଥା ଆପଣ ଶୁଣିଥିବେ । କିନ୍ତୁ ଏବେ ଏହି ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ପାଲଟିଛି ମାଲକାନଗିରି ଜିଲ୍ଲା ।
ଚଳିତ ବର୍ଷ ମାଲକାନଗିରି ବନଖଣ୍ଡର 10 ଟି ସ୍ଥାନରେ 10 ଟି ଟିମକୁ ନେଇ ପକ୍ଷୀ ଗଣନା କରାଯାଇଥିଲା । ଗଣନାରେ ଜିଲ୍ଲା ବାସୀଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଚକିତ ବର୍ଷ ଜିଲ୍ଲାକୁ ଆସିଛନ୍ତି 55 ପ୍ରକାରର ବିଦେଶାଗତ migratory ପକ୍ଷୀ । ମନ ମୋହିଲା ଭଳି 55 ପ୍ରକାରର 11 ହଜାର ରୁ ଉର୍ଦ୍ଧ ବିଦେଶାଗତ ପକ୍ଷୀ ଲକ୍ଷ ଲକ୍ଷ କିଲୋମିଟର ଅତିକ୍ରମ କରି ମାଲକାନଗିରି ଜିଲ୍ଲା କ ଅତିଥି ହୋଇ ଆସିଛନ୍ତି। ଚଳିତ ବର୍ଷ ସତୀଗୁଡା ବନ୍ଧ , ମାଥିଲି ବନାଞ୍ଚଳର ସିବସଗାର ଏବଂ ବାଲିମେଳା ଜଳଭଣ୍ଡାର ରେ ସର୍ବାଧିକ ପକ୍ଷୀଙ୍କ ଆଗମନ ହୋଇଛି ।
ଜଳଭଣ୍ଡାର ମାନଙ୍କ ନୀଳ ରଙ୍ଗର ବିସ୍ତୀର୍ଣ୍ଣ ଜଳରାଶି ମଧ୍ୟରେ ବିଦେଶୀ ଅତିଥି ମାନଙ୍କ କିଚିରି ମିଚିରି ଶବ୍ଦ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ଙ୍କୁ ଟାଣି ଅଣୁଥିବା ବେଳେ ପର୍ଯ୍ୟଟନ କ୍ଷେତ୍ର ରେ ମାଲକାନଗିରି ଜିଲ୍ଲାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: