Malkangiri Cyclone Alert / ମାଲକାନଗିରି ଜିଲ୍ଲାରେ ୨ରୁ ୪ଯାଏଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ, ପର୍ଯ୍ୟଟନ ସ୍ଥଳୀରେ ନୌକାଚାଳନା ସ୍ଥଗିତ… ସମସ୍ତ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ
·1 hour ago·2 min read

Key Points
ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟା 'ମୁରାସୁ'କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କଡ଼ାକଡ଼ି କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ 'ଶୂନ୍ୟ ଜୀବନହାନି' ନୀତିକୁ ଆଧାର କରି ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଓ ଭୂସ୍ଖଳନପ୍ରବଣ ଅଞ୍ଚଳରୁ ବୃଦ୍ଧ, ଭିନ୍ନକ୍ଷମ, ଗର୍ଭବତୀ ଓ ଶିଶୁମାନଙ୍କୁ ପ୍ରାଥମିକତା ଆଧାରରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି ।
ନଭେମ୍ବର ୨ରୁ ୪ ତାରିଖ ଯାଏଁ ସମସ୍ତ ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ। ସମସ୍ତ ସ୍କୁଲ ଓ ଆଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ସତୀଗୁଡ଼ା ଓ ଚିତ୍ରକୋଣ୍ଡା ସମେତ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ନୌକାଚାଳନା ଓ ଜଳକ୍ରୀଡ଼ା ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି। ମତ୍ସ୍ୟଜୀବୀଙ୍କୁ ଜଳାଶୟକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ସମୟ ଥିବା ଗର୍ଭବତୀଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଉଛି। ରାସ୍ତା ସଫା ପାଇଁ JCB, ବିଦ୍ୟୁତ ସେବା ସ୍ୱାଭାବିକ ପାଇଁ TPSODL ଟିମ୍ ଏବଂ ଅଗ୍ନିଶମ ଓ ODRAF ଟିମ୍ ସଜାଗ ଅଛନ୍ତି । ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀକାଳୀନ ପରିଚାଳନା କେନ୍ଦ୍ର - 06861-231372 ଏବଂ ଟୋଲ୍ ଫ୍ରି ହେଲ୍ପଲାଇନ୍ ୧୦୭୭ କାର୍ଯ୍ୟକ୍ଷମ କରାଯାଇଛି।
ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ବାତ୍ୟା ମୁରାସୁ ଘଣ୍ଟାକୁ ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି। ତାମିଲନାଡୁ ଚେନ୍ନାଇରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୨୬୦ କିଲୋମିଟର ଏବଂ ନେଲୋରରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୨୯୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି।
ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆଜି ମଧ୍ୟରାତ୍ରି ରୁ ଆସନ୍ତାକାଲି ଭୋର ମଧ୍ୟରେ ନେଲୋର ଏବଂ ନରସାପୁର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ରହିବା ଏଥି ସହ ଝଟ୍କା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ପାଇଁ ଦକ୍ଷିଣ ଓଡ଼ିଶା ସମେତ, ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ୧୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories