Videos
|
Weather-calamities

Cyclone Murasu / ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା `ମୁରାସୁ’…ଅଧିକ ଘନୀଭୂତ ହୋଇ ନେଲା ଭୀଷଣ ବାତ୍ୟାର ରୂପ

Ritu Das
Browse all articles by Ritu Das
·34 mins ago·2 min read
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା `ମୁରାସୁ’…ଅଧିକ ଘନୀଭୂତ ହୋଇ ନେଲା ଭୀଷଣ ବାତ୍ୟାର ରୂପ
India

Key Points

ବଙ୍ଗୋପସାଗରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ମୁରାସୁ
ଅଧିକ ଘନୀଭୂତ ହୋଇ ନେଲା ଭୀଷଣ ବାତ୍ୟାର ରୂପ
ଘଣ୍ଟା ପ୍ରତି ୨୫କିମି ବେଗରେ ଆଗକୁ ବଢୁଛି ବାତ୍ୟା

ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ବାତ୍ୟା ମୁରାସୁ ଘଣ୍ଟାକୁ ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି। ତାମିଲନାଡୁ ଚେନ୍ନାଇରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୨୬୦ କିଲୋମିଟର ଏବଂ ନେଲୋରରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୨୯୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି।

ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆଜି ମଧ୍ୟରାତ୍ରି ରୁ ଆସନ୍ତାକାଲି ଭୋର ମଧ୍ୟରେ ନେଲୋର ଏବଂ ନରସାପୁର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ରହିବା ଏଥି ସହ ଝଟ୍‌କା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ପାଇଁ ଦକ୍ଷିଣ ଓଡ଼ିଶା ସମେତ, ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ୧୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ସେପଟେ ବାତ୍ୟା ମୁରାସୁ ପ୍ରଭାବରେ ମଧ୍ୟରାତ୍ରୀରୁ ଗଜପତି ଜିଲ୍ଲାରେ ଝିପ୍ ଝିପ୍ ବର୍ଷା ଜାରି ହୋଇଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ଆଉ ଏକ ବାତ୍ୟା ପ୍ରଭାବକୁ ନେଇ ଆତଙ୍କିତ ଅଛନ୍ତି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।ବାତ୍ୟାଟି ସ୍ଥଳଭାଗ ଅତିକ୍ରମ କରିବା ପରେ ଏହାର ଗତି ମନ୍ଥର ହେବା ସହ ଧୀରେ ଧୀରେ ଦୁର୍ବଳ ହେବ। ସ୍ଥଳଭାଗର ଶୁଷ୍କ ଓ ଥଣ୍ଡା ପବନ ସହ ପୂର୍ବଘାଟ ପର୍ବତମାଳାର ପ୍ରଭାବ ଯୋଗୁଁ ବାତ୍ୟାର ଶକ୍ତି ହ୍ରାସ ପାଇବାର ଆକଳନ କରାଯାଉଛି। ଏହାପରେ ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗରେ ତେଲେଙ୍ଗାନା ଆଡ଼କୁ ଗତି କରିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାର ପ୍ରଭାବରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ।କିନ୍ତୁ ଆଜି ଗଞ୍ଜାମ, ଗଜପତି ଓ ପୁରୀ ,ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ଆସନ୍ତାକାଲି ଓ ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଵର୍ଷା ସମ୍ଭାବନା ରହିଛି ।