Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ମାଲକାନଗିରି ଝିଅ

Odisha

'ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ମାଲକାନଗିରି ଝିଅ

Smruti Parija
Browse all articles by Smruti Parija
·2 years ago·2 min read
'ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ମାଲକାନଗିରି ଝିଅ

ମାଲକାନଗିରି:  ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ । ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା ସମାଦ୍ଦାର ।  ଉପାନ୍ତ ଅଞ୍ଚଳରେ ରହି ମଧ୍ୟ ନିଜର ଆତ୍ମବିଶ୍ବାସ ଓ ପ୍ରତିଭା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୫ ଗ୍ରାମରେ ମୋନିକା ସମାଦ୍ଦାର ବର୍ତ୍ତମାନ ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ନିଜ ଆଞ୍ଚଲ ସହ ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ । 

ମୋନିକାଙ୍କ ପରିବାର କହିଲେ ବାପା, ମାଆ ଓ ବଡ଼ ଭାଇ । ବାପା ଗୌତମ ସମାଦ୍ଦାର ପେଶାରେ ଜଣେ ଛୋଟ ବ୍ୟବସାୟୀ, ବଡ଼ ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି । ତେବେ ଏହିପରି ଅଭାବ ଅନଟନରେ ମାଲକାନଗିରି ଠାରେ ଏକ ଘରୋଇ କଲେଜ୍ ରେ +୨ ପାଠ ଶେଷ କରିଥିଲେ ମୋନିକା । ପରେ ନିଜ ବଡ଼ ଭାଇଙ୍କ ସହିତ ଯାଇ ହାଇଦ୍ରାବାଦରେ ନୃତ୍ୟ କଳା ଶିକ୍ଷା ଲାଭ କରିଥିଲେ । ତାଙ୍କର ଏଭଳି ଇଚ୍ଛା ଦେଖି, ତାଙ୍କ ବଡ଼ ଭାଇ ମୋନିକାଙ୍କୁ ହାଇଦ୍ରାବାଦର "ହାଇ-ଡ୍ୟାନ୍ସ ଷ୍ଟୁଡିଓ" ନାମକ ଏକ ଏକାଡେମୀରେ ଭର୍ତ୍ତି କରିଥିଲେ । ୨ ବର୍ଷ ସେଠାରେ ତାଲିମ ନେବା ପରେ ପରେ ତାଙ୍କର ନୃତ୍ୟର ଶୈଳୀ ଯୋଗୁଁ କିଛି ଛୋଟ ଛୋଟ ସିରିଏଲରେ ତାଙ୍କୁ ଅଭିନୟର ସୁଯୋଗ ମଧ୍ୟ ମିଳିଥିଲା । ଏହାପରେ ସେଥିରେ ମୋନିକାଙ୍କ ଅଭିନୟ ବହୁତ ଭଲ ଥିବାରୁ ଶେଷରେ ତାଙ୍କୁ ସିନେମାରେ ନାୟିକା ହେବ ପାଇଁ ମିଳିଥିଲା ସୁଯୋଗ । 

ତେବେ ବର୍ତ୍ତମାନ ମୋନିକା ସମାଦ୍ଦାର ଶ୍ରୀନିବାସ କ୍ରିୟେସନ୍ ନ୍ଦ୍ବାରା ନିର୍ମିତ ତେଲୁଗୁ ଚଳଚ୍ଚିତ୍ର "ଗାରାଗା"ରେ ନାୟିକା ଭାବରେ ନଜର ଆସିବେ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜିୟୱାଡ଼ା ଅଞ୍ଚଳରେ ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିବାବେଳେ, ସୁଟିଂ ସେଟ୍ ରେ ରହିଛନ୍ତି ମୋନିକା । ଏହି ଚଳଚ୍ଚିତ୍ର ପ୍ରଥମେ ତେଲୁଗୁ ଏବଂ ପରେ ହିନ୍ଦୀରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Malkangiri girl will be seen in the lead role in the film 'Garaga' | Argus News