Internet services suspended / ଆଜି ରାତି ୧୨ ଯାଏଁ ମାଲକାନଗିରିରେ ଇଣ୍ଟରନେଟ୍ ବନ୍ଦ
·7 months ago·2 min read

Key Points
ମାଲକାନଗିରିର MV- 26ରେ ସୁଧୁରୁଛି ସ୍ଥିତି
ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ୨୪ ଘଣ୍ଟା ବୃଦ୍ଧି
ଆଜି ରାତି ୧୨ଟାରୁ କାଲି ରାତି ୧୨ଟା ଯାଏଁ କଟକଣା ବଢ଼ିଲା
ଆସନ୍ତା ୧୪ରୁ ୧୮ ଯାଏଁ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରିର MV- 26ରେ ସୁଧୁରୁଛି ସ୍ଥିତି । ଫେରୁଛି ଶାନ୍ତି ଗ୍ରାଉଣ୍ଡରେ ଜିଲ୍ଲାପାଳ। ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ୨୪ ଘଣ୍ଟା ବୃଦ୍ଧି କରାଯାଇଛି । ଆଜି ରାତି ୧୨ ଯାଏଁ କଟକଣା ବଢ଼ିଛି । ସେପଟେ ଆସନ୍ତା ୧୪ରୁ ୧୮ ଯାଏଁ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ ରହିଛି । ଏମ୍ଭି-୨୬ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି RDC ଓ ମାଲକାନଗିରି ଜିଲ୍ଲାପାଳ । ଗ୍ରାଉଣ୍ଡକୁ ଯାଇ ଦୁଇ ସଂପ୍ରଦାୟ ସହ ଆଲୋଚନା କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ୨ ଗାଁରେ ସଦସ୍ୟରଙ୍କ ସହ ଆଲୋଚନା କରିଥିଲେ ।
ଅନ୍ୟପଟେ ଗାଁ ଛାଡୁଛନ୍ତି ଲୋକେ । ପୋଡ଼ାଜଳା ପରେ ଜଣ ଜଣ ହୋଇ ଏମ୍ଭି-୨୬ ଗାଁ ଛାଡୁଛନ୍ତି ଲୋକେ। ଶାନ୍ତି କମିଟି ବସିଥିଲା । ଉପସ୍ଥିତ ରହିଥିଲେ ୨ ଗାଁର ମୁରବି। ପୋଲିସ ଡିଜି, ADGP, ଦକ୍ଷିଣାଞ୍ଚଳ RDC ଏବଂ DIG ରହିବେ ଉପସ୍ଥିତ ଥିଲେ । ଗାଁ ମୁଖିଆଙ୍କ ସହ ଆଲୋଚନା କରି ମୃତଦେହ ହସ୍ତାନ୍ତର କରିବାକୁ ପ୍ରୟାସ ଜାରି ରହିଛି। ଅଞ୍ଚଳରେ ଉତ୍ତେଜନା ଥିବାରୁ BSF, IRB ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ବିଶୃଙ୍ଖଳା ଏଡ଼ାଇବାକୁ BNS ଧାରା ୧୬୩ ରହିଛି ବଳବତ୍ତର। ବାରମ୍ୱାର ମାଲକାନଗିରି SP ଅଫିସ୍ରେ ବଡ଼ ବୈଠକ କରିଥିଲେ ପୋଲିସ ଡିଜି । MV-୨୬ ଗାଁକୁ ଯାଇ ସ୍ଥିତି ସମୀକ୍ଷା ସହ ଶାନ୍ତି ଅପିଲ୍ କରିଥିଲେ ।
ଗୋଟେ ଦିନ ପୂର୍ବରୁ ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା । ବର୍ତ୍ତମାନ ଏହି ଇଣ୍ଟରନେଟ୍ କଟକଣାକୁ ଆହୁରି ବୃଦ୍ଧି କରାଯାଇଛି।ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି -୨୬ ଗ୍ରାମ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ଏମ୍ଭି-୨୬ ଗାଁରେ ପଶି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ୫୦ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ପୋଡ଼ାଜଳା ପରେ ମଙ୍ଗଳବାର ଏମ୍ଭି-୨୬ଗାଁରେ ରହୁଥିବା ଲୋକେ ଗାଁ ଛାଡି ବାହାରକୁ ଚାଳିଯାଉଥିବା ଜଣାପଡିଛି।
ଏଥିସହ ପଢ଼ନ୍ତୁ: IIT ସର୍ଭେରେ ସାଂଘାତିକ ସତ; ପଶ୍ଚିମ ପରେ ଉପକୂଳ ଓଡ଼ିଶାକୁ ଦାଦନ ଗଡ଼ରେ ପରିଣତ କରିଥିଲେ ନବୀନ ସରକାର
ସୂଚନାନୁଯାୟୀ ମାଲକାନଗିରି ଜିଲ୍ଲା mv 26 ଗାଁରେ ରବିବାର ଭଙ୍ଗାରୁଜା ହୋଇଥିବାବେଳେ ସମଗ୍ର ଗାଁ ଜଳିଛି । ହଜାର ହଜାର ଆଦିବାସୀ ଲୋକେ ହାତରେ ଖଣ୍ଡା କାତି ନେଇ ପୋଲିସର ବ୍ୟାରିକେଟ ଭାଙ୍ଗି ଧସେଇ ପସିଥିଲେ mv26 ଗାଁ ଭିତରେ । ପ୍ରଥମେ ଆରମ୍ଭ ହୋଇଥିଲା ଘରଭଙ୍ଗା ଅଭିଯାନ । ହେଲେ ପୋଲିସ ଏହାକୁ ଅଟକାଇବାକୁ ବିଫଳ ହେବା ପରେ ଉତ୍ୟକ୍ତ ଆଦିବାସୀ ଲୋକେ ଶତାଧିକ ବଙ୍ଗାଳି ଘରକୁ ନିଆଁ ଲଗେଇ ପୋଡି ଦେଇଛନ୍ତି । ଏକ ଜମି ବିବାଦରୁ ଆରମ୍ଭ ହୋଇଥିବା ଏହି କଳହ ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ଥିଲା ।
MV26 ଗାଁର ସୁକ ରଞ୍ଜନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ରାଖାଲଗୁଡା ଗାଁର ଜଣେ ଆଦିବାସୀ ମହିଳାକୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଆଉ ଗଣ୍ଡିକୁ ଅଲଗା କରି ପୋଟେରୁ ନଦୀରେ ଫିଙ୍ଗୀ ଦେଇଥିବା ଅଭିଯୋଗ କରିଥିଲେ । ହେଲେ ଘଟଣାର ଚାରି ଦିନ ପରେ କରୁକୋଣ୍ଡା ପୋଲିସ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦମକଳ ବାହିନୀ ଓ ଅଡ୍ରାଫ ଟିମ ପକ୍ଷରୁ ପୋଟରୁ ନଦୀରେ ମୁଣ୍ଡ ଖୋଜା ଚାଲିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories