Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତିରେ ଫୁଟୁଛି ସାରା ରାଜ୍ୟ

Smruti Parija
Browse all articles by Smruti Parija
·2 years ago·1 min read
ତାତିରେ ଫୁଟୁଛି ସାରା ରାଜ୍ୟ

ଭୁବନେଶ୍ୱର:  ତାତିରେ ଫୁଟୁଛି ସାରା ରାଜ୍ୟ ।  ୪୦ ଟପିଲା ୫ ସହର ।  ୪୧ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ବୌଦ୍ଧ ଏବଂ ଟିଟିଲାଗଡ଼ ତାପମାତ୍ରା ୪୦.୫ ଡିଗ୍ରୀ ରହିଛି । ସେହିପରି ବଲାଙ୍ଗିର ୪୦.୨ ଏବଂ ନୟାଗଡ଼ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । କଟକ ୩୭.୬ ଡିଗ୍ରୀ ଏବଂ ଭୁବନେଶ୍ବର ୩୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । 

ଦିନର ତାତିଠୁ ବଳିଯାଉଛି ରାତ୍ରିରେ ତାପମାତ୍ରା। ଗତକାଲିଠାରୁ ରେକର୍ଡ ସୃଷ୍ଟି କରିଛି ଉଷ୍ମ ରାତି। ଦିନରେ ୪୦ ଡିଗ୍ରୀ ସହ ରାତିରେ ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ପାରଦ।  ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ ରେ ଉଷ୍ମ ରାତି ରେକର୍ଡ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ପିକ୍ ଆଓ୍ବାରରେ ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ କେନ୍ଦ୍ର ଉପକୂଳ ଓଡିଶାରେ ତାତି ସହ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ୩୮ ଡିଗ୍ରୀ ତାପମାତ୍ରା ସହ ୬୦ ପ୍ରତିଶତ ଉପରେ ରହୁଛି ଆଦ୍ରତା । ତାତି ଏବଂ ଆଦ୍ରତା ପାଇଁ ସୃଷ୍ଟି ହୋଇଛି ଅସହ୍ୟ ପାଣିପାଗ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
malkangiri-is-the-hottest-city-in-the-state-with-41-degrees | Argus News