Videos
|
Odisha

Malkangiri to KBC / 'କୌନ୍ ବନେଗା କରୋଡପତି' ମଞ୍ଚରେ ଚମକିଲେ ମାଲକାନଗିରିର ଝିଅ ଜୟନ୍ତୀ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
'କୌନ୍ ବନେଗା କରୋଡପତି' ମଞ୍ଚରେ ଚମକିଲେ ମାଲକାନଗିରିର ଝିଅ ଜୟନ୍ତୀ
Odisha Tribal Girl Jayanti Buruda Reaches KBC

Key Points

ମାଲକାନଗିରିର 'ଜଙ୍ଗଲ ରାଣୀ' ଭାବେ ପରିଚିତ ଜୟନ୍ତୀ ବୁରୁଦା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ଲୋକପ୍ରିୟ ଟେଲିଭିଜନ୍ କୁଇଜ୍ ଶୋ 'କୌନ୍ ବନେଗା କରୋଡପତି' (KBC) ମଞ୍ଚରେ ପହଞ୍ଚି ମାଲକାନଗିରିର ନାଁକୁ ଜାତୀୟ ସ୍ତରରେ ପରିଚିତ କରାଇଛନ୍ତି ଜୟନ୍ତୀ ।
ମାଲକାନଗିରି: ମାଲକାନଗିରିର 'ଜଙ୍ଗଲ ରାଣୀ' ଜୟନ୍ତୀ ବୁରୁଦାଙ୍କୁ ବଡ଼ ସଫଳତା ମିଳିଛି । ଦୁର୍ଗମ ମାଲକାନଗିରିର ଜଙ୍ଗଲ, ପାହାଡ଼ ଓ ଆଦିବାସୀ ଜୀବନରୁ ଜାତୀୟ ଟେଲିଭିଜନ୍ ମଞ୍ଚ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ଅସାଧାରଣ ସାହସ, ପ୍ରତିଭା ଓ ଜ୍ଞାନ ବଳରେ ମାଲକାନଗିରିର 'ଜଙ୍ଗଲ ରାଣୀ' ଭାବେ ପରିଚିତ ଜୟନ୍ତୀ ବୁରୁଦା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଲୋକପ୍ରିୟ ଟେଲିଭିଜନ୍ କୁଇଜ୍ ଶୋ 'କୌନ୍ ବନେଗା କରୋଡପତି' (KBC) ମଞ୍ଚରେ ପହଞ୍ଚି ମାଲକାନଗିରିର ନାଁକୁ ଜାତୀୟ ସ୍ତରରେ ପରିଚିତ କରାଇଛନ୍ତି ଜୟନ୍ତୀ । ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇଥିବା ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଜୟନ୍ତୀ ସ୍ଥାନ ପାଇବା ଏକ ବଡ଼ ସଫଳତା ।

KBC ମଞ୍ଚରେ ଅମିତାଭ ବଚ୍ଚନଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଛନ୍ତି ଜୟନ୍ତୀ । ଯଦିଓ ସେ ଶେଷ ପର୍ଯ୍ୟାୟର ବାଧା ଅତିକ୍ରମ କରି ହଟ୍ ସିଟ୍‌ରେ ପହଞ୍ଚି ପାରି ନାହାନ୍ତି । ତଥାପି ମାଲକାନଗିରିରୁ KBC ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଜିଲ୍ଲାବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି ।

ଏଥିସହ ପଢ଼ନ୍ତୁ: ୧୧ ବର୍ଷ ପରେ ଢେପାଗୁଡ଼ା ଗାଁରେ ପୁଣି ଦବିଲା ମାଟି; ଗାଁ ତଳେ ଅଛି ସୁଡ଼ଙ୍ଗ ! 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜୟନ୍ତୀଙ୍କ ଏହି ସଫଳତା କେବଳ ଜଣେ ପ୍ରତିଯୋଗୀଙ୍କ ସଫଳତା ନୁହେଁ । ବରଂ ଦୁର୍ଗମ ଓ ଆଦିବାସୀ ଅଞ୍ଚଳର ଯୁବପିଢ଼ିଙ୍କ ସ୍ୱପ୍ନ ଓ ସାମର୍ଥ୍ୟର ଏକ ବଡ଼ ଉଦାହରଣ । ଯେଉଁ ମାଲକାନଗିରିକୁ ଅନେକ ସମୟରେ ପଛୁଆ ଓ ଦୁର୍ଗମ ଜିଲ୍ଲା ଭାବେ ଦେଖାଯାଏ, ସେହି ମାଟିର ଜଣେ ଝିଅ ଦେଶର ସବୁଠାରୁ ଲୋକପ୍ରିୟ କୁଇଜ୍ ଶୋ’ର ମଞ୍ଚରେ ପହଞ୍ଚିବା ଏକ ନୂଆ ପରିଚୟ ସୃଷ୍ଟି କରିଛି ।

ଜୟନ୍ତୀ ନିଜେ ମଧ୍ୟ ଏହି ଅନୁଭୂତିକୁ ଜୀବନର ଏକ ଅଭୁଲା ସ୍ମୃତି ବୋଲି କହିଛନ୍ତି । ଆଗାମୀ ଦିନରେ ପୁଣି ସୁଯୋଗ ମିଳିଲେ KBCର ହଟ୍ ସିଟ୍‌ରେ ବସିବା ତାଙ୍କର ଲକ୍ଷ୍ୟ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ମାଲକାନଗିରିର ଜଙ୍ଗଲରୁ KBCର ଆଲୋକିତ ମଞ୍ଚ ପର୍ଯ୍ୟନ୍ତ ଜୟନ୍ତୀ ବୁରୁଡାଙ୍କ ଯାତ୍ରା ଆଜି ଅନେକ ଯୁବକ-ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛି । ଜୟନ୍ତୀ ବୁରୁଦା କହିଛନ୍ତି, "ଅମିତାଭ ବଚ୍ଚନଙ୍କୁ ଭେଟିଲି । ଏହା ମୋ ପାଇଁ ଗର୍ବ ଗୌରବର ବିଷୟ । ଆଶା ଥିଲା ହଟ୍ ସିଟ୍‌ରେ ବସି ଜିଲ୍ଲାର ନାଁ ରଖିବି । ଆଗକୁ ହଟ୍ ସିଟ୍‌ରେ ବସିବାର ଆଶା ରହିଛି ।"
Malkangiri Girl Jayanti Buruda Shines on KBC Stage | Argus News | Argus News