Road Sinks / ୧୧ ବର୍ଷ ପରେ ଢେପାଗୁଡ଼ା ଗାଁରେ ପୁଣି ଦବିଲା ମାଟି; ଗାଁ ତଳେ ଅଛି ସୁଡ଼ଙ୍ଗ !
·2 weeks ago·2 min read

Key Points
ଗାଁ ମଝିରେ ରାସ୍ତା ଦବି ଯାଇ ଏକ ବିରାଟ ଗୋଲେଇ ସୃଷ୍ଟି ହୋଇଛି । ୧୫ ଫୁଟ୍ ବ୍ୟାସାର୍ଦ୍ଧ ଗୋଲେଇର କଂଙ୍କିଟ୍ ରାସ୍ତା ୫ ଫୁଟ୍ ଦବି ଯାଇଛି ।
ଭଞ୍ଜନଗର (ଗଞ୍ଜାମ): ବର୍ଷା ଆସିଲେ ଘନେଇ ଆସୁଛି ବିପଦ । ମୌସୁମୀ ଋତୁରେ ଦବୁଛି ମାଟି । ହଠାତ୍ ଦବି ଯାଉଛି ରାସ୍ତା । ରାତି ଶୋଇ ପାରୁ ନାହାନ୍ତି ଗ୍ରାମବାସୀ । ୧୧ ବର୍ଷ ତଳେ ଯେଉଁ ଘଟଣା ଘଟିଥିଲା, ତାର ପୁନରାବୃତ୍ତି ପୁଣି ଥରେ ହୋଇଛି ।
ଗଞ୍ଜାମ-କନ୍ଧମାଳ ସୀମାନ୍ତ ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଢେପାଗୁଡ଼ା ଗାଁରେ ପୁଣି ଭୂସ୍ଖଳନ ଯୋଗୁଁ ମାଟି ଦବିଛି । ଗାଁ ମଝିରେ ରାସ୍ତା ଦବି ଯାଇ ଏକ ବିରାଟ ଗୋଲେଇ ସୃଷ୍ଟି ହୋଇଛି । ୧୫ ଫୁଟ୍ ବ୍ୟାସାର୍ଦ୍ଧ ଗୋଲେଇର କଂଙ୍କିଟ୍ ରାସ୍ତା ୫ ଫୁଟ୍ ଦବି ଯାଇଛି । ଯାହାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ଢେପାଗୁଡ଼ା ଗ୍ରାମବାସୀ ।
ଏଥିସହ ପଢ଼ନ୍ତୁ: ସମୁଦ୍ର ଆଁରେ ଲୀନ ହେବ ଗାଁ ! ବିପଦରେ ଗ୍ରାମବାସୀ
ପିଲା ଖେଳୁଥିବା ବେଳେ ରାସ୍ତା ଦବିଲା
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ସକାଳ ସମୟରେ ଗାଁର ପିଲାମାନେ ଦାଣ୍ଡରେ ଖେଳୁଥିଲେ । ସେହି ସମୟରେ ଅଚାନକ ସମତଳ ରାସ୍ତା ଦବି ଯାଇଥିଲା । ତେବେ ଲଗାଣ ବର୍ଷାର ପ୍ରଭାବରେ ଭୂସ୍ଖଳନ ହୋଇ ମାଟି ଦବି ଥିବା ଅନୁମାନ କରୁଛନ୍ତି ଗାଁ ଲୋକେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇନ୍ଦ୍ରଗଡ଼ ପଞ୍ଚାୟତ ଢେପାସହିରେ ଏବେ ୧୯ଟି ପରିବାର ରହୁଛନ୍ତି । କେତେବେଳେ ଯେ ରହୁଥିବା ଘର ମଧ୍ୟ ଦବି ମାଟିରେ ମିଶିଯିବ ସେ ଭୟରେ ରାତି ଶୋଇ ପାରୁ ନଥିବା କହିଛନ୍ତି ଗ୍ରାମବାସୀ । ଏବେ ପ୍ରଶାସନ ସେମାନଙ୍କୁ ଥଇଥାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଦଶନ୍ଧି ପରେ ପୁଣି ବିପଦ
୧୧ ବର୍ଷ ତଳେ ୨୦୧୫ ମସିହା ସେପ୍ଟେମ୍ବର ୧୬ ତାରିଖ ରାତିରେ ଗାଁରେ ଭୂସ୍ଖଳନ ହୋଇ ୨୫ ଫୁଟ୍ ତଳକୁ ମାଟି ଦବି ବିରାଟ ଗାତ ସୃଷ୍ଟି ହୋଇଥିଲା । ଗୋଟିଏ ପରେ ଗୋଟିଏ ଚାରିଟି ଗାତ ସୃଷ୍ଟି ହେବା ସହ ପୋତି ହୋଇ ଯାଇଥିଲା ଆମ, ନଡ଼ିଆ ଅନ୍ୟ ଗଛ ।
ସେତେବେଳେ ଢେପାଗୁଡ଼ା ଚର୍ଚ୍ଚାକୁ ଆସିଥିଲା । ପ୍ରଶାସନ ସଜାଗ ହେବା ସହ ଗାଁକୁ ଭୂତତ୍ତ୍ଵବିତ୍ ଆସି ମାଟି ନମୁନା ପରୀକ୍ଷ ହୋଇଥିଲା । ପୁଣି ମାଟି ଦବିବାର ବିପଦ ରହିଥିବାକୁ ଲୋକଙ୍କୁ ଗାଁ ଛାଡ଼ିବାକୁ କହିଥିଲା ପ୍ରଶାସନ । ଗାଁର ୩୫ ପରିବାରକୁ ପ୍ରଶାସନ ଆଶ୍ରୟସ୍ଥଳୀରେ ମାସାଧିକ ସମୟ ରଖିବା ପରେ ଘର ଦେବାକୁ ନିଷ୍ପତ୍ତି ହୋଇଥିଲା ।
ଯାହାକୁ ନେଇ ଗ୍ରାମବାସୀ ଅନନ୍ତ ନାୟକ କହିଛନ୍ତି, "ମାଟି ଦବିବାରୁ ଆମେ ଭୟଭୀତ ରହିଛି । ପୂର୍ବରୁ ସମାନ ଘଟଣା ପରେ ପ୍ରଶାସନ ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସରକାରୀ ଜାଗା ନଥିବାରୁ ପ୍ରଶାସନ ଦେଇଥିବା ଟଙ୍କାରେ ଜାଗା କିଣି ଘର କଲୁ । ଘର ଫାଉଣ୍ଡେସନ୍ ପଡ଼ି ରହିଛି । ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ଗତଥର ମାଟି ପରୀକ୍ଷା ହୋଇଥିଲା, ନଣ୍ଡାବାଲି ପର୍ଯ୍ୟନ୍ତ ମାଟି ତଳେ ସୁଡ଼ଙ୍ଗ ଥିବା କଥା ସେତେବେଳେ କହିଥିଲେ । ଯେହେତୁ ଘର ହୋଇ ପାରିନି, ବାଧ୍ୟରେ ଏଠି ରହୁଛୁ ।"
ଏଥିସହ ପଢ଼ନ୍ତୁ: ବୈତରଣୀ ବନ୍ୟାରେ ବଢ଼ିଲା ଭୟ, ୧୦୦ରୁ ଅଧିକ ପରିବାର ଜଳବନ୍ଦୀ

୧୧ ବର୍ଷ ତଳେ ପ୍ରଶାସନ ଏହି ଗାଁକୁ ନିଷେଧାଞ୍ଚଳ ଘୋଷଣା କରିଥିଲା । ସେତେବେଳେ ଗାଁରେ ୩୫ ପରିବାର ଥିଲେ । ପ୍ରଶାସନର ସହାୟତା ପରେ କିଛି ପରିବାର ଅନ୍ୟତ୍ର ରହୁଥିବା ବେଳେ ଏବେବି ଗାଁରେ ୧୯ ପରିବାର ପ୍ରତି ମୁହୂର୍ତ୍ତରେ ବିପଦ ସହ ବଞ୍ଚୁଛନ୍ତି । ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି ।
Related Topics
Explore more stories