Videos
|
Odisha

Liquor Shops Closed / ଏଠାରେ ୩ ଦିନ ବନ୍ଦ ରହିବ ମଦ ଦୋକାନ, ଜାଣନ୍ତୁ କାହିଁଙ୍କି ?

Bikash Mohanty
Browse all articles by Bikash Mohanty
·1 hour ago·2 min read
ଏଠାରେ ୩ ଦିନ ବନ୍ଦ ରହିବ ମଦ ଦୋକାନ, ଜାଣନ୍ତୁ କାହିଁଙ୍କି ?
Liquor Shop

Key Points

ତିନି ଦିନ ବନ୍ଦ ରହିବ ମଦ ଦୋକାନ
ଆସନ୍ତା କାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ  ମଦ ଦୋକାନ ବନ୍ଦ
ନିର୍ଦ୍ଦେଶ ଜାରି କରିଛି ମାଲକାନଗିରି  ଜିଲ୍ଲା ପ୍ରଶାସନ
ମାଲକାନଗିରି,୨୬/୧୦: ତିନି ଦିନ ବନ୍ଦ ରହିବ ମଦ ଦୋକାନ। ଆସନ୍ତା କାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ଜାରି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଆଗୁଆ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ଧନଜୀବନର ସୁରକ୍ଷା ଏବଂ ଅଘଟଣକୁ ଏଡ଼ାଇବା ପାଇଁ ନିଆଯାଇଛି ଏକାଧିକ ସତର୍କତାମୂଳକ ପଦକ୍ଷେପ। ଏଥିସହ ବିଭିନ୍ନ ସ୍ଥାନରେ ଲାଗିଥିବା ଟେଣ୍ଟ ଓ ପେଣ୍ଡାଲ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରବଳ ପବନରେ ଟେଣ୍ଟ ଓ ପେଣ୍ଡାଲ ଭାଙ୍ଗିବା କିମ୍ବା ଉଡ଼ିଯିବା ଦ୍ୱାରା ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଏଗୁଡ଼ିକୁ ତୁରନ୍ତ ହଟାଇବାକୁ କୁହାଯାଇଛି।

ପଢନ୍ତୁ ଏହି ଖବର: ଆଜି ବାତ୍ୟାର ରୂପ ନେବା ନେଇ ପାଣିପାଗ ବିଭାଗର ଆକଳନ…କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

ସେପଟେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି। ଜିଲ୍ଲାରେ ଜଳବନ୍ଦୀ, ଆକସ୍ମିକ ବନ୍ୟା ଓ ବର୍ଷାଜନିତ ଅଘଟଣର ମୁକାବିଲା ପାଇଁ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ୍‌ର ଦାୟିତ୍ୱ ଦିଆଯାଇଛି। ନିଯୁକ୍ତ ଅଧିକାରୀମାନେ ନିଜ ନିଜ ବ୍ଲକ୍‌ରେ ରହି ବର୍ଷାର ସ୍ଥିତି ଉପରେ ନଜର ରଖିବା ସହ ବିଡିଓ, ତହସିଲଦାର ଓ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅର୍ଣ୍ଣବର ମୁକାବିଲା ପାଇଁ କଟକରୁ ୩୦ ଜଣିଆ ଏକ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ୍) ଦଳ ଜଣେ କମାଣ୍ଡାଣ୍ଟ ଓ ୨ ଜଣ ଉପ-ଅଧିକାରୀଙ୍କ ନେତୃତ୍ୱରେ କାଲିମେଳାଠାରେ ମୁତୟନ ହୋଇଛନ୍ତି। ଏଥି ସହିତ ୩୬ ଜଣିଆ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଓଡ୍ରାଫ୍) ଦଳ ମଧ୍ୟ ଆସି ମାଥିଲିରେ ମୁତୟନ ହୋଇଛନ୍ତି।