Videos
|
Odisha

Petrol Diesel Shortage / ମାଲକାନଗିରିରେ ମିଳୁନି ପେଟ୍ରୋଲ ଡିଜେଲ, ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ

Bikash Mohanty
Browse all articles by Bikash Mohanty
·6 months ago·2 min read
ମାଲକାନଗିରିରେ ମିଳୁନି ପେଟ୍ରୋଲ ଡିଜେଲ, ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ
Long Queues at Petrol Pumps

Key Points

ମାଲକାନଗିରିରେ ମିଳୁନି ପେଟ୍ରୋଲ ଡିଜେଲ
ଅନେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ
ତିନି ଦିନ ଛୁଟି ଯୋଗୁଁ ଜିଲ୍ଲାକୁ ଆସିପାରିନାହିଁ ପେଟ୍ରୋଲ

ଇସ୍ରାଏଲ-ଇରାନ-ଆମେରିକା ଲଢେଇ । ଯୁଦ୍ଧର ପ୍ରଭାବ ଆମ ଦେଶରେ ବି ପଢିଲାଣି। ଏ ମାଲକାନଗିରି ଜିଲ୍ଲାରେ ଅନେକ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ପାଇଁ ଲମ୍ବା ଲାଇନ ଲଗାଇଥିବାର ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ମିଳୁନାହିଁ ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ, ଡିଜେଲ ପାଇଁ ଲୋକଙ୍କୁ ରାତି ୪ଟାରୁ ଲମ୍ବା ଲାଇନ୍ ଲଗାଇବାକୁ ପଡୁଛି। ଜିଲ୍ଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ନଥିବା ବେଳେ ଯେଉଁଠି ମିଳୁଛି ସେଠାରେ ଶହ ଶହ ଲୋକଙ୍କ ଭିଡ। ଭିଡ଼କୁ ଦେଖି ଗୋଟିଏ ବାଇକକୁ ମାତ୍ର ଦୁଇ ଶହ ଟଙ୍କାର ପେଟ୍ରୋଲ ମିଳୁଥିବା ବେଳେ କାର ଗୁଡ଼ିକରେ ମିଳୁଛି ମାତ୍ର ପାଞ୍ଚ ଶହ ଟଙ୍କାର ଡିଜେଲ। ଆମେରିକା ଓ ଇରାନର ଯୁଦ୍ଧ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖା ଦେଇଛି ବୋଲି ପ୍ରଚାର ହେବା ପରେ ମାଲକାନଗିରି ସମସ୍ତ ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

କିନ୍ତୁ ବାସ୍ତବ କଥା ହେଲା ମାଲକାନଗିରି ଜିଲ୍ଲାରେ ନାହିଁ ପେଟ୍ରୋଲ ସମସ୍ୟା। ତିନି ଦିନ ଛୁଟି ଯୋଗୁଁ ଜିଲ୍ଲାକୁ ଆସିପାରିନାହିଁ ପେଟ୍ରୋଲ। ଆସନ୍ତା କାଲି ଜିଲ୍ଲାରେ ରହିଥିବ ପ୍ରଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ। ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ର ଅଭାବ ରହିଥିବା କଥା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଏବେ ପମ୍ପ କର୍ମଚାରୀ ଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପଢ଼ନ୍ତୁ ଏହି ଖବର: ଯୁଦ୍ଧ କରି କେତେ ଦେଶଙ୍କୁ ବର୍ବାଦ କରିଛି ଆମେରିକା? ତାଲିକାରେ କେଉଁଠି ରହିଛି ଇରାନ୍?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତିନି ଦିନ ଧରି ହୋଲି ଓ ବିଭିନ୍ନ ଛୁଟି ପାଇଁ ପେଟ୍ରୋଲ ଓ ଡିଜେଲ ଗାଡି ଲୋଡ଼ ହୋଇପରନଥିଲା ତେଣୁ ଏବେ ମାଲକାନଗିରି ଜିଲ୍ଲା କୁ ପହଂଚିପରିନଥିଲା । ଯାହାଫଳରେ ଜିଲ୍ଲାର ଅଧିକାଂଶ ପମ୍ପ ରେ ପେଟ୍ରୋଲ ଓ ଡିଜେଲ ର ଅଭାବ ଦେଲହାଦେଇଥିଲା । କିନ୍ତୁ ଏହାକୁ ନେଇ କିଛି ଗଣମାଧ୍ୟମ ରେ ମଧ୍ୟ ପ୍ରାଚ ରେ ଯୁଦ୍ଧ ପାଇଁ ପେଟ୍ରୋଲ ଓ ଡିଜେଲ ଅଭାବ ବୋଲି ପ୍ରକାଶ ପାଇଛି ଯାହା ସମ୍ପୂର୍ଣ୍ଣ ଗୁଜ୍ଜଵ ବୋଲି ପ୍ରମାଣିତ ହୋଇଛି । ଛୁଟି ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଥିବା ବେଳେ ଗୁଜ୍ଜଵ ଠାରୁ ଦୂରରେ ରହିବାକୁ ପମ୍ପ କର୍ମଚାରୀ କହିଛନ୍ତି ।

ସୋସିଆଲ ମିଡିଆରେ ପେଟ୍ରୋଲ ଏବଂ ଡିଜେଲ ଶେଷ ହୋଇଯିବା କେବଳ ଏକ ଗୁଜବ। ଗୁଜବ ଯୋଗୁଁ ଲୋକମାନେ ଆତଙ୍କିତ ହୋଇ ପମ୍ପରେ ଭିଡ଼ ଜମାଉଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ତୈଳ ଗଚ୍ଛିତ ଅଛି ଏବଂ କୌଣସି ଅଭାବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ବିଭିନ୍ନ ତୈଳ କମ୍ପାନୀ କହିଛନ୍ତି।
Petrol diesel shortage | Malkangiri Petrol & Diesel Shortage: Long Queues at Petrol Pumps | Argus News