Videos
|
Odisha

ପ୍ରବଳ ବର୍ଷାରେ ମାଲକାନଗିରି ଛାରଖାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରବଳ ବର୍ଷାରେ ମାଲକାନଗିରି ଛାରଖାର

ଅର୍ଗସ ବ୍ୟୁରୋ:  ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି । ପୋଟେରୁ ପୋଲ ନିର୍ମାଣ ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଉଛି ଯାନବାହାନ ଚଳାଚଳ, ହେଲେ ବଢ଼ିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ।  ତେବେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କିନ୍ତୁ ବଢିବାରେ ଲାଗିଛି । ଏ ଦୃଶ୍ୟ ହେଉଛି ମାଲକାନଗିରି କୋରକୋଣ୍ଡା ବ୍ଲକର ବାୟାପାଡା ଘାଟିର । କିଛି ଦିନର ଲଗାଣ ବର୍ଷାରେ ଏଠିକା ମାନଚିତ୍ର ପୁରା ବଦଳ ଯାଇଛି।  ବର୍ଷା ପରେ ପାଣି ଜମି ରହି ରାସ୍ତାଘାଟ ଧୋଇ ହୋଇ ଯିବା ସହିତ କଲଭର୍ଟ ଗୁଡିକ ଭାଙ୍ଗି ଯାଇଛି।

ନାକାମାମୁଡି ପଞ୍ଚାୟତାର ବାୟାପାଡା ଘାଟି ରାସ୍ତା ଅଧିକ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷାରେ ଭୁସ୍କଳନ ହୋଇ ପାହାଡର ଉପରୁ ବଡବଡ ପଥର ଖସି ରାସ୍ତାରେ ପଡି ରାସ୍ତା ଅବରୋଧ ହୋଇଛି । ଏହା ସହ ରାସ୍ତାର ଦୁଇ ପାର୍ଶ୍ବରେ ବଡବଡ ଗର୍ତ୍ତ ସ୍ରୁଷ୍ଟି ହୋଇଛି । ଫଳରେ ଯାତାୟାତ ବାଧା ସ୍ରୁଷ୍ଟି ହୋଇଛି । ଦଶ ଖଣ୍ଡ ଗାଁ ଲୋକେ ଏଥି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  ଅଧିକାଂଶ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଖାଲି ରାସ୍ତା କି ଆବାସ ନୁହେଁ ବର୍ଷା ପରେ ଗାଁରେ ପାନୀୟ ଜଳ ସମସ୍ୟା ମଧ୍ୟ ଉଦ୍ଦବେଗ ଜନକ। ପାନୀୟ ଜଳ ସୁବିଧା ନଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଶୋଷ ମେଣ୍ଟାଉଥିବା ଚୂଆ ପାଣିବି ବର୍ଷା ପରେ ଗୋଳିଆ ହୋଇ ଯାଇଛି। ଫଳରେ ପାଣି ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୁର୍ଗମରେ ଦୁର୍ଦ୍ଦଶା। ଆଗରୁ ସରକାରୀ ଯୋଜନା ଏଠାରେ ପହଞ୍ଚ ଥିବା ବେଳେ ଏବେ ବର୍ଷା ଯାହା ଥିଲା ତାକୁ ବି ଧୋଇ ନେଇଛି। ଏବେ ନିଜ ଉଜୁଡା ଦୁନିଆକୁ ସଜେଇବାରେ ବ୍ୟସ୍ତ ଅଞ୍ଚଳବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Malkangiri spoil in heavy rain | Argus News