Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - Forbes ପତ୍ରିକାରେ ମାଲକାନଗିରିର ଆଦିବାସୀ ଝିଅ

Odisha

Forbes ପତ୍ରିକାରେ ମାଲକାନଗିରିର ଆଦିବାସୀ ଝିଅ

Banajyotshna Ray
Browse all articles by Banajyotshna Ray
·2 years ago·1 min read
Forbes ପତ୍ରିକାରେ ମାଲକାନଗିରିର ଆଦିବାସୀ ଝିଅ

ଅର୍ଗସ ବ୍ୟୁରୋ: ମାଲକାନଗିରିର ସେଲ୍ଫ ମେଡ ଓମେନ । Forbes ପତ୍ରିକାରେ ମାଲକାନଗିରିର ଆଦିବାସୀ ଝିଅ । ଦେଶର 23 ଜଣ ସେଲ୍ଫମେଡ ୱମେନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମାଲକାନଗିରିର ସୁନା ଝିଅ ଜୟନ୍ତୀ ବୁରୁଡା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା Forbes ପକ୍ଷରୁ ଆମ ଦେଶର 23 ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି ।

ତାଲିକାରେ ବିଶ୍ବ ବ୍ୟାଙ୍କ MD ଓ CFO ଅନଶୁଳା କାନ୍ତ , କ୍ରିକେଟର ଦୀପ୍ତି ଶର୍ମା , ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଚେହେରା କ୍ରିତି ସାନୋନ ଓ ଚେସ ଗ୍ରାଣ୍ଡମାଷ୍ଟର R ବୈଶାଳୀଙ୍କ ଭଳି 23 ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଥିବାବେଳେ ଓଡିଶାରୁ ଏକମାତ୍ର ମହିଳା ମାଲକାନଗିରିର ସୁନା ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି । ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି NWMI ବା Network of Woman in Media , Indiaରୁ ଫେଲୋସିପି ଗ୍ରହଣ କରିଥିଲେ । ଏବଂ ପରେ `ଜଙ୍ଗଲ ରାଣୀ ଇନିସିଏଟିଭ' ଆରମ୍ଭ କରି ଆଦିବାସୀ ଝିଅ ମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି ।

ଫଳରେ ଦୁର୍ଗମ ଅଂଚଳର ପ୍ରତିଟି ଖବର ସମସ୍ତଙ୍କ ପାଖରେ ପହଂଚିପରିବ । ଏହାସହ ପ୍ରାୟ 6 ବର୍ଷ ପୂର୍ବରୁ `ବଡ ଦିଦି' ନାମକ ଏକ ସଂଗଠନ ଆରମ୍ଭ କରି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସଚେତନ କରୁଛନ୍ତି ଜୟନ୍ତୀ । ଏହାସହ ସେ ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଥମ ମହିଳା ସାମ୍ବାଦିକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus Whatsapp Channel Mobile Top
Sponsored
Malkangiri tribal girl in Forbes magazine | Argus News