Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ କ୍ଷୁଧାର ନିଆଁରେ ଜଳୁଛି ଶୈଶବ  

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଜ୍ୟରେ କ୍ଷୁଧାର ନିଆଁରେ ଜଳୁଛି ଶୈଶବ  

Key Points

  • ରାଜ୍ୟରେ କ୍ଷୁଧାର ନିଆଁରେ ଜଳୁଛି ଶୈଶବ  
  • ଅପପୁଷ୍ଟି ପଛରେ ବିଜେଡି ସରକାରର ଅପାରଗତା 
  • ନୂଆ ସରକାରକୁ ଦେଇଗଲେ ଅପପୁଷ୍ଟିର କଳଙ୍କ
  • ଏବର୍ଷ ଅଗଷ୍ଟ ସୁଦ୍ଦା 98620 ଶିଶୁ ଅପପୁଷ୍ଟିର ଶିକାର
  • ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଉତ୍ତର ଖୋଲିଲା ପୁର୍ବ ସରକାରର ପାରିବା ପଣିଆର ପୋ
  • ପୁଷ୍ଟିକର ଖାଦ୍ୟ ନାଁରେ ଛତୁଆ ଯୋଗଣରେ ବି ଦୁର୍ନୀତିର ଗନ୍ଧ

ଅର୍ଗସ ବ୍ୟୁରୋ:  ବିଧାନସଭାରେ 24 ବର୍ଷ ସରକାରରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟର ପୋଲ୍ ଖୋଲିଲା ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଏ   ଲିଖିଉତ୍ତର ।୨୦୨୪-୨୫ରେ ରାଜ୍ୟରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ବିଜେଡି ସରକାର ରାଜ୍ୟକୁ ଦେଇଛି  ଅପପୁଷ୍ଟିର କଳଙ୍କ । 2016ରେ ନଗଡା ପାଇଁ ନିନ୍ଦିତ ହୋଇଥିଲେ। 24ରେ ବି ବଦଳିନି ଚିତ୍ର । ଆସନ୍ନ ପ୍ରସବାଙ୍କ ପାଇଁ  ନାହିଁ ପୁଷ୍ଟିକର ଖାଦ୍ୟ.. ଛୋଟ ପିଲା ଖାଉଛନ୍ତି ଭାତ ସହ ଲୁଣ॥

ତଳନଗଡା, ଉପରନଗଡା, ତୁମୁଣି, ତଳଡିହ, ଗୋଇହାଶାଳ, ସବୁଠି ଅପପୁଷ୍ଟିର ଚିହ୍ନ। ସବୁଠି ଭୋକର କରୁଣ ଚିତ୍ର । ଖାଇବା  କହିଲେ ଭାତ ଲୁଣ ଚାକୁଣ୍ଡା ଶାଗ ଜଙ୍ଗଲି ଆଳୁ । ପୂର୍ବରୁ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ବିଜେଡି ସରକାର ଅମଳରେ ଅପପୁଷ୍ଟିର ଅସଲ ଚିତ୍ରକୁ ଉଜାଗର କରିଥିଲା । ରାଜ୍ୟରେ 10.7 ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ 5.13 ଲକ୍ଷ ପିଲା ଉଚ୍ଚତା  ତୁଳନାରେ ଅଧିକ ପତଳା । 10.8 ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍  ଓଜନର ହୋଇଥିବା ବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଥିବା ରିପୋର୍ଟରେ କୁହାଯାଇଥିଲା ।   ହେଲେ ବିକାଶର ମିଛ ଦମ୍ଭୋକ୍ତି ବାଢୁଥିଲେ  ବିଜେଡି ସରକାର ।

ଏମିତିକି ପୁଷ୍ଟିକର ଖାଦ୍ୟ ଯୋଗାଇବା ନାଁରେ  ପିଲାଙ୍କୁ ଦେଉଥିବା ଛତୁଆ ବି ନିମ୍ମମାନର ବୋଲି ଅଭିଯୋଗ ଆସିଛି । କେବଳ ନିମ୍ମମାନର ନୁହେଁ ଏଥିରେ ଦୁର୍ନୀତି ଅଭିଯୋଗ ନେଇ  ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ । 24 ନିର୍ବାଚନରେ  ଅପପୁଷ୍ଟି ବିରୋଧୀଙ୍କ ପାଇଁ ବଡ ପ୍ରସଙ୍ଗ ଥିଲା । 24 ବର୍ଷର ମଡେଲ ବିକାଶର ନ ଥିଲା ବରଂ ଅପପୁଷ୍ଟିର ମଡେଲ ଥିଲା ବୋଲି କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏପଟେ ଅପପୁଣ୍ଟି ଦୁର ପାଇଁ ନୂଆ ସରକାର କି କି ପଦକ୍ଷେପ ନେଉଛନ୍ତି ତାର ହିସାବ ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ରରେ ୬ ମାସରୁ ୬ ବର୍ଷ ଯାଏଁ ପଞ୍ଜୀକୃତ ସମସ୍ତ ଶିଶୁମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ  ଯୋଗାଇ ଦିଆଯାଉଅଛି  ପୁଷ୍ଠିକର ଖାଦ୍ୟ । ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ THR ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଇତ୍ୟାଦି ମଧ୍ୟ ଯୋଗାଇ ଦିଆଯାଉଅଛି । ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ, ସେମାନଙ୍କୁ ମାସକୁ ଅତିରିକ୍ତ ଲଡୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । 3 ବର୍ଷରୁ 6 ବର୍ଷର ଶିଶୁଙ୍କୁ ଅଙ୍ଗନୱାଡିକେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ ଟି ଅଣ୍ଡା ଦିଆଯାଉଛି  । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ  ପିଲାମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ Augmented ଛତୁଆ ଓ ଗୋଟେ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଅଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Malnutrition is burning in the fire of hunger in the state | Argus News