Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମମତା ମହାନ୍ତ ବିଜେପି ରାଜ୍ୟସଭା ପ୍ରାର୍ଥୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମମତା ମହାନ୍ତ ବିଜେପି ରାଜ୍ୟସଭା ପ୍ରାର୍ଥୀ

ଅର୍ଗସ ବ୍ୟୁରୋ:  ମମତା ମହାନ୍ତ ବିଜେପି ରାଜ୍ୟସଭା ପ୍ରାର୍ଥୀ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀ ଘୋଷଣା । ଓଡିଶା ସମେତ ୭ ରାଜ୍ୟର ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ। କେନ୍ଦ୍ର ଓ ରାଜ୍ୟମଣ୍ଡଳୀକୁ ଧନ୍ୟବାଦ ଦେଇଛନ୍ତି ମମତା। ବିଜେଡିର ଥିବାବେଳେ ସେବା କରିବାର ସୁଯୋଗ ନଥିଲା ବୋଲି କହିଛନ୍ତି ମମତା। ଆସନ୍ତା ମାସ ୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ଗତ ୧୪ ତାରିଖରେ ରାଜ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା। ବିଜେଡି ଛାଡି ମମତା ବିଜେପିରେ ସାମିଲ ହୋଇଥିଲେ। ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିଲା ବୋଲି ନିଜେ ମମତା ପ୍ରକାଶ କରିଛନ୍ତି। 

କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ମମତା ମହାନ୍ତ।   ଯେହେତୁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ଅଛନ୍ତି ତେଣୁ କୁଡୁମୀ ସଂପ୍ରଦାୟୟ ଟାଣୁଆ ନେତ୍ରୀ ମମତା ମହାନ୍ତ ରାଜ୍ୟସଭା ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। 2020ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ ମମତା। 2026 ଏପ୍ରିଲ୍‌ରେ ମମତାଙ୍କ କାର୍ଯ୍ୟକାଳ ସରିଥାଆନ୍ତା। ତେବେ ତା ପୂର୍ବରୁ କିଛି ଦିନ ତଳେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ମମତା । ତା ସହିତ ଆଣିଥିଲେ ସାଂଘାତିକ ଅଭିଯୋଗ, କହିଥିଲେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା। କହିଲେ ବିନା ଅନୁମତିରେ ଦଳୀୟ କାର୍ଯ୍ୟରେ ଯୋଗଦେବାକୁ ଥିଲା ବାରଣ। ବବି ଦାସଙ୍କ ନିର୍ଦ୍ଦେଶରେ ଖର୍ଚ୍ଚ ହେଉଥିଲା ତାଙ୍କ ସାଂସଦ ପାଣ୍ଠି ।

ଆଇଏଏସ ଚାକରିରେ ଥାଇ ପାଣ୍ଡିଆନ ବିଜେଡି ସଂସଦୀୟ ବୈଠକ ନିଅନ୍ତି। କୁଡୁମୀ ଉନ୍ନୟନ ପରିଷଦ ଗଠନ ପ୍ରତିଶ୍ରୁତି ଦେଇ ନବୀନ ଧୋକା ଦେଇଥିବା କହିଥିଲେ ମମତା। ତୋ ହିସାବ କରିବା କହି ବାରମ୍ବାର ଧମକ ଦେଉଥିଲେ ପ୍ରଣବ ପ୍ରକାଶ ବୋଲି ଅଭିଯୋଗ କରିଥିଲେ ମମତା। ପରେ ବିଜେପିରେ ସାମିଲ ହୋଇଥିଲେ ମମତା। ଏବେ ପୁଣି ଥରେ ମମତା ମହାନ୍ତ ରାଜ୍ୟସଭା ଯିବା ପାଇଁ ବାଟ ଫିଟିଛି। ଭାରତୀୟ ଜନତା ପାର୍ଟି ପୁଣିଥରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛି। ମମତାଙ୍କ ଇସ୍ତଫା ପରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ....

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Mamata Mohanta BJP Rajya Sabha candidate | Argus News